ବାରକୋଟ ଥାନା ପୁଲିସ ପକ୍ଷରୁ ମେଗା ରକ୍ତଦାନ ଶିବିର

ଦେବଗଡ଼,ଏନ୍ଏନ୍ଏସ୍: ସାମାଜିକ କାର୍ଯ୍ୟକ୍ରମ ଅନ୍ତର୍ଗତ ଦେବଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ଆଜି ବାରକୋଟ ଥାନା ପୁଲିସ ସହାୟତାରେ ବାରକୋଟ ମହାବିଦ୍ୟାଳୟ ପରିସରରେ ଏକ ବୃହତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ଆରକ୍ଷୀ ଅଧିକ୍ଷକ ରାଜକିଶୋର ପାଇକରାୟ ଫିତା କାଟି ଉଦଘାଟନ କରିଥିଲେ।

ଏହି ଅବସରରେ ଅତିରିକ୍ତ ଏସପି ଅଙ୍କୁର ମଲ୍ଲିକ, ଏସ୍‌ଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର, ବାରକୋଟ ଥାନା ଆଇଆଇସି କନକ ମାଝୀ, ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ବାରକୋଟ ବ୍ଲକ୍‌ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପାତ୍ର ଓ ଜିଲ୍ଲା ପରିଷଦ ସଦସ୍ୟ ସମରେନ୍ଦ୍ର ଜିତଙ୍କ ସମେତ ବହୁ ଜନ ସାଧାରଣ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲା ରକ୍ତଭଣ୍ଡାର କର୍ମଚାରୀଙ୍କ ପରିଚାଳନାରେ ଆୟୋଜିତ ଏହି ଶିବିରରେ ୯୯ ଜଣ ରକ୍ତଦାତା ସ୍ଵେଛାକୃତ ରକ୍ତଦାନ କରିଥିଲେ।