ନୂଆଦିଲ୍ଲୀ: ୨୮ ବର୍ଷୀୟ ପପ୍ ସିଙ୍ଗର ଜଷ୍ଟିନ ବୀବର ନିକଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଉକ୍ତ ଭିଡିଓରେ ତାଙ୍କ ମୁହଁର ଅଧା ଅଂଶରେ ପାରାଲିସିସ ହୋଇଥିବା ନେଇ ଖୁଲାସା କରିଛନ୍ତି । ସେଥିପାଇଁ ଆଗାମୀ ମ୍ୟୁଜିକ କନସର୍ଟକୁ ବାତିଲ କରି ଡାକ୍ତରଙ୍କ ପରାମର୍ଶକ୍ରମେ ବିଶ୍ରାମ କରୁଥିବା ସମ୍ପର୍କରେ ଜଷ୍ଟିନ କହିଛନ୍ତି । ସେ ତାଙ୍କର ଏହି ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଉକ୍ତ ଭିଡିଓକୁ କିଛି ଘଣ୍ଟା ମଧ୍ୟରେ ୧୫ ମିଲିୟନ ଲୋକ ଦେଖିଥିଲେ ।
ଜଷ୍ଟିନ ବୀବର ଟରେଣ୍ଟୋ ଓ ୱାଶିଂଟନ ଡିସିରେ ଶୋ’ କରିଥାନ୍ତେ । କିନ୍ତୁ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ସେ ଶୋ’ ବାତିଲ କରିଛନ୍ତି । ଜଷ୍ଟିନ ଖୁବ୍ କଷ୍ଟରେ ମୁହଁର ଗୋଟିଏ ପଟ ଚଳପ୍ରଚଳ କରି ପାରୁଥିବା କହିଛନ୍ତି । ଏହି ଭିଡିଓର କ୍ୟାପ୍ସନରେ ଜଷ୍ଟିନ ଲେଖିଛନ୍ତି ଯେ, ‘ଏହା ବେଶ୍ ଗୁରୁତ୍ୱପୂର୍ଣ୍ଣ ସେଥିପାଇଁ ଦୟାକରି ଦେଖନ୍ତୁ । ମୁଁ ଆପଣମାନଙ୍କୁ ଖୁବ୍ ଭଲପାଏ । ମୋ ପାଇଁ ପ୍ରାର୍ଥନା କରନ୍ତୁ ।’