ନୂଆଦିଲ୍ଲୀ,ଏଜେନ୍ସି: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପୁଣି ସମନ ଜାରି କରିଛି। ନ୍ୟାସନାଲ ହେରାଲ୍ଡ ମାମଲାରେ ପଚରାଉଚରା ପାଇଁ ଆସନ୍ତା ୨୩ ତାରିଖରେ ହାଜର ହେବାକୁ କହିଛି। ଜଣେ ଅଧିକାରୀ ଶୁକ୍ରବାର ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ୮ ତାରିଖ ଦିନ ସୋନିଆ ଗାନ୍ଧୀଙ୍କୁ ହାଜର ହେବା ପାଇଁ କୁହାଯାଇଥିଲା। କିନ୍ତୁ କରୋନା ସଂକ୍ରମିତ ହେବା କାରଣରୁ ସେ ଇଡିରେ ହାଜର ହୋଇ ପାରି ନଥିଲେ ଏବଂ ନୂଆ ତାରିଖ ମାଗିଥିଲେ। ଅଧିକାରୀ ଜଣକ କହିଛନ୍ତି ଯେ, ସୋନିଆ ଗାନ୍ଧୀଙ୍କୁ ଜୁନ୍ ୨୩ ତାରିଖରେ ଇଡିରେ ହାଜର ହେବାକୁ କୁହାଯାଇଛି। ସେଠାରେ ସୋନିଆ ଗାନ୍ଧୀଙ୍କର ବୟାନ ରେକର୍ଡ କରାଯିବ। ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଜୁନ୍ ୧୩ ତାରିଖରେ ପଚରାଉଚରା କରାଯାଇପାରେ।