ନିଜ ସ୍କୁଲ ଶିକ୍ଷକଙ୍କୁ ଭେଟିଲେ ମୋଦୀ

ଗୁଜରାଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁଜରାଟ ଗସ୍ତ ସର୍ବଦା କୌଣସି ନା କୌଣସି କାରଣରୁ ଖାସ୍ ରହିଥାଏ । ଏଥର ମୋଦୀଙ୍କ ଗୁଜରାଟ ଗସ୍ତର ଏକ ଖାସ୍ ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଉକ୍ତ ଫଟୋରେ ମୋଦୀଙ୍କୁ ତାଙ୍କ ପିଲାଦିନର ଶିକ୍ଷକଙ୍କ ସହ ଦେଖିବାକୁ ମିଳିଛି ।

ଉକ୍ତ ଫଟୋଟି ନବସାରୀର ହୋଇଥିବାବେଳେ ସ୍କୁଲ ଶିକ୍ଷକ ଜଗଦୀଶ ନାୟକଙ୍କୁ ମୋଦୀ ଭେଟିଛନ୍ତି । ଫଟୋରେ ମୋଦୀ ହାତ ଯୋଡ଼ି ତାଙ୍କ ଶିକ୍ଷକଙ୍କୁ ପ୍ରଣାମ କରୁଛନ୍ତି । ଅନ୍ୟପଟେ ତାଙ୍କ ସ୍କୁଲ ଶିକ୍ଷକ ମୋଦୀଙ୍କ ମୁଣ୍ଡରେ ହାଥ ରଖି ଆଶୀର୍ବାଦ ଦେଇଛନ୍ତି । ମୋଦୀଙ୍କୁ ଭେଟିବା ସମୟରେ ତାଙ୍କ ଶିକ୍ଷକ ଭାବବିହ୍ୱଳ ନଜର ଆସିଥିଲେ ।