ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ପାଇଁ ଡିଜିସିଏ କରୋନା କଟକଣା କଡ଼ାକଡ଼ି କରିଛି । ଏହି ନିୟମ ଅନ୍ତର୍ଗତ ବିମାନ ଯାତ୍ରା ବେଳେ ଯାତ୍ରାଙ୍କୁ ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବାକୁ ପଡ଼ିବ । ଦିଲ୍ଲୀ ହାଇକୋର୍ଟଙ୍କ ଏକ ନିର୍ଦ୍ଦେଶ ବଳରେ ଏହି ନିୟମ ଲାଗୁ ହୋଇଛି । କେବଳ ବିଶେଷ କ୍ଷେତ୍ରରେ ମାସ୍କ ଖୋଲିବାକୁ ଅନୁମତି ମିଳିବ । ଉଲ୍ଲଂଘନକାରୀଙ୍କୁ ‘ନୋ ଫ୍ଲାଏ ଲିଷ୍ଟ’ରେ ରଖାଯିବାକୁ ନେଇ ଘୋଷଣା କରାଯାଇଛି ।