ନୂଆଦିଲ୍ଲୀ: ନାଗରିକ ଉନ୍ନୟନ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ଦେଶର ପ୍ରଥମ ‘ନ୍ୟାସନାଲ ସ୍ପୋର୍ଟସ ପଲିସି’ ଲଞ୍ଚ କରିଛନ୍ତି । ଏହି ଅବସରରେ ସିନ୍ଧିଆ କହିଛନ୍ତି ଯେ, ଦେଶରେ ଏୟାର ସ୍ପୋର୍ଟସକୁ ଉଚିତ ସମର୍ଥନ ମିଳିବାର ଆବଶ୍ୟକତା ରହିଛି । ପବନ ମାଧ୍ୟମରେ ଖେଳାଯାଉଥିବା ଖେଳ କ୍ଷେତ୍ରରେ ଭାରତ ପାଖରେ ବିଶ୍ୱର ଶ୍ରେଷ୍ଠ ୧୦ ଦେଶରେ ସ୍ଥାନ ପାଇବାର କ୍ଷମତା ରହିଛି । ଏହାଦ୍ୱାରା ଦେଶରେ ସ୍ପୋର୍ଟସ ଟୁରିଜିମର ମଧ୍ୟ ବିକାଶ ହେବ । ଖାସ୍ କରି ପାହାଡ଼ ଅଞ୍ଚଳରେ ରୋଜଗାର ଦ୍ରୁତ ଗତିରେ ବଢ଼ିବ । ୨୦୩୦ ସୁଦ୍ଧା ଭାରତକୁ ଏହି କ୍ଷେତ୍ରରେ ଦୁନିଆର ଶ୍ରେଷ୍ଠ ଦେଶରେ ସ୍ଥାନ ମିଳିବାକୁ ନେଇ ସରକାର ଲକ୍ଷ୍ୟ ରଖିଛନ୍ତି ।
ସୂଚନାଯୋଗ୍ୟ, ଏୟାର ସ୍ପୋର୍ଟସ ଅନ୍ତର୍ଗତ ଏୟାର ରେସିଂ, ଏରୋବେଟିକ୍ସ, ଏୟରମଡଲିଙ୍ଗ, ପାରା ମୋଟରିଙ୍ଗ ଓ ସ୍କାଇ ଡାଇଭିଂ ଭଳି ଅନ୍ୟ ଖେଳ ରହିଛି । ଏହି ଖେଳର ଅନ୍ତରାଷ୍ଟ୍ରୀୟ ପ୍ରତିଯୋଗିତା ମଧ୍ୟ ହୋଇଥାଏ । ଭାରତ ଏପର୍ଯ୍ୟନ୍ତ ଏସବୁ ଖେଳରେ ଭାଗ ନେଇନାହିଁ । କିନ୍ତୁ ପ୍ରଥମଥର ପ୍ରସ୍ତୁତ ହୋଇଥିବା ନୂଆ ନୀତି ବଳରେ ଭାରତ ଏବେ ଏହି ଖେଳର ଅନ୍ତରାଷ୍ଟ୍ରୀୟ ପ୍ରତିଯୋଗିତାରେ ଭାଗ ନେଇପାରିବ ।