ଶ୍ରୀନଗର,ଏଜେନ୍ସି: ଜମ୍ମୁ କଶ୍ମୀରରେ ଆଜି ୨ଟି ଏନ୍କାଉଣ୍ଟର ହୋଇଛି। ସୁରକ୍ଷାବାହିନୀର ଯାବନଙ୍କ ହାତରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। କୁପୱାଡା ଓ ସୋପରରେ ନହିତ ଆତଙ୍କବାଦୀଙ୍କ ମଧ୍ୟରୁ ୨ ଜଣ ଅଛନ୍ତି ପାକିସ୍ତାନୀ। ଏଥିରୁ ଜଣେ ଲଶ୍କର-ଏ ତଇବା ସଂଗଠନର ସଦସ୍ୟ ଥିଲା। ସେହିପରି ଜଣେ ଆତଙ୍କବାଦୀ ଲାହୋର ମୂଳ ନିବାସୀ ହଞ୍ଜୁଲ୍ଲାହ ଥିଲା। ସୁରକ୍ଷା ବାହିନୀର ଯବାନମାନେ ଚକତରାରେ ଆତଙ୍କବାଦୀଙ୍କ ବିରୋଧରେ ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି।
ଜମ୍ମୁ କଶ୍ମୀରରେ ବିଗତ ଏକ ମାସ ମଧ୍ୟରେ ଆତଙ୍କବାଦୀମାନେ ଅଧିକ ସକ୍ରିୟ ହୋଇଛନ୍ତି। ଏହାରି ମଧ୍ୟରେ ଅନେକ ଧନ-ଜୀବନ ନଷ୍ଟ ହୋଇସାରିଛି। କୁପୱାରାର ଚକଟତରାସ କାଣ୍ଡି ଅଞ୍ଚଳରେ ସୁରକ୍ଷାବାହିନୀର ଏନ୍କାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ତେବେ ରିପୋର୍ଟ ଲେଖାଯିବା ବେଳେକୁ ସେନାର ଯବାନମାନେ ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି।
କଶ୍ମୀର ଆଇଜିପି ବିଜୟ କୁମାର ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, କୁପୱାରାରେ ନିହତ ହୋଇଥିବା ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ନହିତ ଆତଙ୍କବାଦୀମାନେ ‘ଲଶ୍କର-ଏ-ତଏବା’ର ସଦସ୍ୟ। ଏଥିରୁ ଜଣେ ପାକିସ୍ତାନ ମୂଳ ନିବାସୀ ତୁଫାଇଲ ବୋଲି ଜଣାପଡ଼ିଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଚକତରାସ କାଣ୍ଡି ଅଞ୍ଚଳରେ ସୁରକ୍ଷାବାହିନୀର ଯବାନମାନେ ଘଟଣାସ୍ଥଳରେ ପହଞ୍ଚି ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରିଥିଲେ। ତେବେ ଏହି ଅଞ୍ଚଳରେ ଅଧିକ ଆତଙ୍କବାଦୀ ଥିବା ସନ୍ଦେହରେ ଅପରେଶନକୁ ଜୋରଦାର କରିଦିଆଯାଇଛି ବୋଲି କହିଛନ୍ତି ଆଇଜିପି ବିଜୟ କୁମାର। ତେବେ ସୋପାରରେ ହୋଇଥିବା ଅନ୍ୟ ଏକ ଆକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି।