ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାଲିଗୁଡା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ୍‌ ବ୍ରାହ୍ମଣୀଗାଁ ଥାନା ଝିଞ୍ଜିରିଗୁଡ଼ା ପଞ୍ଚାୟତର ବାଡୁନଘାଟି ରାସ୍ତା କଡ଼ରୁ ଏକ ଝୁଲନ୍ତା ମୃତଦେହ ମିଳିଛି। ବିଲମାଳ ନିକଟରେ ଥିବା ଏକ ଜାମୁକୋଳି ଗଛରେ ସୋମବାର ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ କରାଯାଇଛି। ଘଟଣା ସ୍ଥଳରେ ବ୍ରାହ୍ମଣୀଗାଁ ଥାନା ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।

ଦାରିଙ୍ଗବାଡ଼ି ଅତିରିକ୍ତ ତହସିଲଦାର ଭାବେଶ ମାଝୀ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ ଭାବେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଝୁଲନ୍ତା ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଦଶରଥ ହେମ୍ବ୍ରମ୍ ସୂଚନା ଦେଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କର ପରିଚୟ ମିଳିନଥିବା ବେଳେ ଏହା ଆତ୍ମହତ୍ୟା ନା କେହି ଦୁର୍ବୃତ୍ତ ହତ୍ୟା କରି ଗଛରେ ଝୁଲାଇ ଦେଇଛନ୍ତି ସେନେଇ ଖୋଳତାଡ଼ କରୁଛି ପୁଲିସ।