ବାଲେଶ୍ବର,ଏନ୍ଏନ୍ଏସ୍: ଆଜି ଭାରତ ଆନ୍ତମହାଦେଶୀୟ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି-୪ର ସଫଳ ପରୀକ୍ଷଣ ହୋଇଯାଇଛି। ବାଲେଶ୍ବରର ଚାନ୍ଦିପୁର ସ୍ଥିତ ଏପିଜେ ଅବଦୁଲ କଲାମ ଦ୍ବୀପରେ ଏହି କ୍ଷେପଣାସ୍ତ୍ରକୁ ପରୀକ୍ଷଣ କରାଯାଇଥିଲା। ଏହି କ୍ଷେପଣାସ୍ତ୍ରଟି ସନ୍ଧ୍ୟା ୭ଟା ୩୦ରେ ଉତ୍କ୍ଷେପଣ କରାଯାଇଥିଲା। ୩୦୦୦ରୁ ୪୦୦୦ କିମି ଯାଏଁ ରହିଛି ଏହାର ଲକ୍ଷଭେଦ କ୍ଷମତା। ଏହାର ଲମ୍ବ ୨୦ ମିଟର ଓ ୧ଟନ୍ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି।