ନୂଆଦିଲ୍ଲୀ: ରକ୍ଷା ଅଧିଗ୍ରହଣ ପରିଷଦ(ଡିଏସି) ପ୍ରତିରକ୍ଷା କ୍ଷେତ୍ର ଲାଗି ୭୬ ହଜାର କୋଟି ଟଙ୍କାର ଟ୍ୟାଙ୍କ, ଟ୍ରକ ଓ ଯୁଦ୍ଧ ଜାହାଜ କିଣିବାକୁ ମଞ୍ଜୁରୀ ପ୍ରଦାନ କରିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏହି ଅସ୍ତ୍ରଶସ୍ତ୍ର ଓ ଅନ୍ୟ ସୈନ୍ୟ ସାମଗ୍ରୀ କିଣିବାକୁ ମଞ୍ଜୁରୀ ଦିଆଯାଇଛି ।
ପ୍ରତିରକ୍ଷା ମନ୍ତ୍ରଣାଳୟ ମୁତାବକ, ରକ୍ଷା ଅଧିଗ୍ରହଣ ପରିଷଦ(ଡିଏସି)ର ବୈଠକରେ ସ୍ଥଳସେନା, ବାୟୁସେନା, ନୌସେନା ଓ କୋଷ୍ଟଗାର୍ଡ ପାଇଁ ମୋଟ ୭୬ହଜାର ୩୯୦ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର କିଣିବା ପାଇଁ ଅସ୍ପେଣ୍ଟସ ଅଫ୍ ନେସେସିଟି (ଏଔଏନ)କୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ପ୍ରତିରକ୍ଷା କ୍ଷେତ୍ରରେ କୌଣସି ସାମଗ୍ରୀ ପାଇଁ ହେଉଥିବା ଟେଣ୍ଡର ପ୍ର୍ରକ୍ରିୟାର ଏଔଏନ ହେଉଛି ପ୍ରଥମ ପର୍ଯ୍ୟାୟ ।