ଟୋଲ ଫିରୁ ବଞ୍ଚିବା ପାଇଁ ନକଲି ପୁଲିସ ନାଁରେ ନକଲି ପରିଚୟ ପତ୍ର

ଉତ୍ତରପ୍ରଦେଶ,ଏଜେନ୍ସି: ଉତ୍ତରପ୍ରଦେଶରେ ଟୋଲ ଫିରୁ ବଞ୍ଚିବା ପାଇଁ କେତେକ ଦୁର୍ବୃତ୍ତ ନକଲି ପୁଲିସ ପରିଚୟପତ୍ର କରି ରାଜସ୍ୱ ଠକୁଥିବା ଜଣାଯାଇଛି। ଏନେଇ ୧୦ ଦିନରେ ୧୦୦ରୁ ଅଧିକ ନକଲି ପୁଲିସ ପରିଚୟ ପତ୍ର ଜବତ ହୋଇଛି। ଉତ୍ତରପ୍ରଦେଶ ଜମୁନା ଏକ୍ସପ୍ରେସ ୱେରେ ଥିବା ଟୋଲ ଗେଟରେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଏ ନେଇ ଟେଲଗେଟ କର୍ମଚାରୀ ଥାନାରେ ଅଭିଯୋଗ କରିବା ସହ ନକଲି ପରିଚୟପତ୍ର ଥାନାରେ ଦେଇଛନ୍ତି।

ତେବେ ପୁଲିସ କର୍ମଚାରୀଙ୍କ ପାଇଁ ଟୋଲଗେଟରେ ଦେୟ ମାଗଣା ଥିବାରୁ ଦୁର୍ବୃତ୍ତମାନେ ପୁଲିସର ନକଲି ପରିଚୟ ପତ୍ର କରି ଏହାର ଫାଇଦା ନେଉଛନ୍ତି। ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।