ଜିଲ୍ଲା କଂଗ୍ରେସ ଓବିସି ମୋର୍ଚ୍ଚା ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଜିଲ୍ଲା କଂଗ୍ରେସ ଓବିସି ମୋର୍ଚ୍ଚା ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ୯ଦଫା ଦାବୀ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଆଜି ପୂର୍ବାହ୍ନରେ ଓବିସି ମୋର୍ଚ୍ଚା ସଭାପତି ଡିଲେଶ୍ୱର ସାହୁଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁ, ମହିଳା କଂଗ୍ରେସ ସଭାନେତ୍ରୀ ମଞ୍ଜୁଲତା ନାୟକ, ଦୀପକ ଦାସ, ସଚ୍ଚିଦାନନ୍ଦ ପଟ୍ଟନାୟକ, ସୁବାଷ ଚନ୍ଦ୍ର ଭୋଇ ଓ ପଞ୍ଚୁ ଲାଲ ବରାଇଙ୍କ ସମେତ ବହୁ ଦଳୀୟ କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଏହି ସ୍ମାରକପତ୍ରରେ ଓବିସି ଛାତ୍ରଛାତ୍ରୀଙ୍କୁ ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ଭଳି ଛାତ୍ରବୃତ୍ତି ପ୍ରଦାନ, କେନ୍ଦ୍ର ସରକାରଙ୍କ ଘରୋଇକରଣ ନୀତିକୁ ପ୍ରତ୍ୟାହାର, ପଛୁଆ ବର୍ଗ ମହିଳାଙ୍କ ପାଇଁ ପୃଥକ ସଂରକ୍ଷଣ, ନ୍ୟାୟପାଳିକାରେ ଓବିସିଙ୍କ ପ୍ରତିନିଧିତ୍ୱ ପାଇଁ ଓବିସି କଲେଜିୟମ ଗଠନ ଓ ଓବିସି ବର୍ଗର ଉନ୍ନତି ପାଇଁ ସ୍ୱତନ୍ତ୍ର ମନ୍ତ୍ରଣାଳୟ ଗଠନ ଆଦି ଦାବୀ ଅନ୍ତର୍ଭୁକ୍ତ ରହିଛି ।