୨ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଚୀନର ରାଷ୍ଟ୍ରପତି

ନୂଆଦିଲ୍ଲୀ,ଏଜେନ୍ସି: ଚୀନର ରାଷ୍ଟ୍ରପତି ସି ଜିନ୍ ପିଙ୍ଗ ଆସନ୍ତା କାଲିଠାରୁ ୨ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଚେନ୍ନାଇର ମାମଲା ଫୋରମରେ ସେ ପ୍ରଧାମନ୍ତ୍ରୀଙ୍କୁ ଭେଟି ଅନୂପଚାରିକ ଭାବେ ଆଲୋଚନା କରିବେ। ଏଥିସହ ଦୁଇଦେଶ ମଧ୍ୟରେ ସାମରିକ, ରାଜନୈତିକ, ଅର୍ଥନୈତିକ ଓ ଦ୍ୱିପାକ୍ଷୀକ ସମ୍ପର୍କ ବୃଦ୍ଧି ପାଇଁ ଆଲୋଚନା ହେବ। ତେବେ ଗସ୍ତ ପୂର୍ବରୁ କାଶ୍ମୀର ପ୍ରସଙ୍ଗରେ ଚୀନ ସ୍ୱର ପରିବର୍ତ୍ତନ କରିଛି।

ଏଥିସହ ସେ କହିଛି ଯେ କାଶ୍ମୀର ହେଉଛି ଭାରତ ଓ ପାକିସ୍ଥାନର ଦ୍ୱିପାକ୍ଷୀକ ପ୍ରସଙ୍ଗ, ତେଣୁ ଏଥିରେ ଚୀନ ହସ୍ତକ୍ଷେପ କରିବ ନାହିଁ ବୋଲି ବେଇଜିଙ୍ଗ ପକ୍ଷରୁ କୁହାଯାଇଛି। ଏଥିସହ କାଶ୍ମୀର ପ୍ରସଙ୍ଗରେ ଭାରତ ଓ ପାକିସ୍ଥାନ ଦ୍ୱିପାକ୍ଷୀକ ଆଲୋଚନା କରି ସମାଧାନ କରିବାକୁ ଚୀନ ପରାମର୍ଶ ଦେଇଛି। ସେହିପରି ପୂର୍ବରୁ ଗତବର୍ଷ ଏପ୍ରିଲ ମାସରେ ଦୁଇ ଦେଶର ରାଷ୍ଟ୍ର ମୁଖ୍ୟମାନେ ଅନୁପଚାରିକ ଆଲୋଚନା କରିଥିଲେ।

ଜିନପିଙ୍ଗ ଚେନ୍ନାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ୨୪ ଘଣ୍ଟା ସମୟ ବିତାଇବେ। ଶୁକ୍ରବାର ଅପରାହ୍ନ ପ୍ରାୟ ସାଢ଼େ ୧ଟାରେ ସେ ଚେନ୍ନାଇରେ ପହଞ୍ଚିବେ ଏବଂ ପରଦିନ ଅପରାହ୍ନରେ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିଯିବେ। ଗସ୍ତ ସମୟରେ ମୋଦୀ ଏବଂ ଜିନପିଙ୍ଗ ମହାବଲୀପୂରମର ୩ଟି ପ୍ରସିଦ୍ଧ ସ୍ମାରକ ବୁଲିବା ସହିତ ଏବଂ ଏକ ସାଂସ୍କୃତିକ କାର‌୍ୟ୍ୟକ୍ରମରେ ଅଂଶଗ୍ରହଣ କରିବେ।