ବାୟୁମଣ୍ଡଳରେ ୨୦୨୧ରେ ମନୁଷ୍ୟ ଛାଡ଼ିଲେ ଏତିକି କାର୍ବନ ଡାଇ ଅକ୍ସାଇଡ

ନୂଆଦିଲ୍ଲୀ,ଏଜେନ୍ସି: ଆଜି ବିଶ୍ୱ ପରିବେଶ ଦିବସ। ଏହି ଦିବସରେ ସମସ୍ତେ ବିଶ୍ୱର ସୁରକ୍ଷଶ କଥା ଚିନ୍ତା କରାଯାଉଛି। ପୃଥିବୀକୁ ବଞ୍ଚାଇବା ପାଇଁ ସଂଯୁକ୍ତ ରାଷ୍ଟ୍ର ସଂଘ (ୟୁଏନ୍‌) ନେତୃତ୍ୱରେ ଲଗାତାର ଅନେକ କାର୍ଯ୍ୟକ୍ରମର ପରିଚାଳନା ହେଉଛି। ବିଶ୍ୱର ଅନେକ ଦେଶ ଜିରୋ କାର୍ବନ ଇମିଶନ ଲକ୍ଷ୍ୟ ହାସଲ କରିବା ପାଇଁ କାମ କରୁଛନ୍ତି ଭାରତ ମଧ୍ୟ ପରିବେଶକୁ ବଞ୍ଚାଇବା ପାଇଁ ନିଜର ଅଦ୍ଭୁତପୂର୍ବ ଅବଦାନ ଦେଇଛି। ଏହି ସବୁ ଉଦ୍ୟମ ଭିତରେ ଏକ ଖରାପ ଖବର ଆସିଛି, ଯାହାକି ବିଶ୍ୱବାସୀଙ୍କର ଚିନ୍ତା ବଢ଼ାଇଛି। ଏହା ହେଲା ମନ୍ୟୁମାନେ ୨୦୨୧ରେ ଏତିକି ପରିମାଣରେ କାର୍ବନ ଡାଇ ଅକ୍ସାଇଡ ବାୟୁମଣ୍ଡଳକୁ ଛାଡ଼ିଛନ୍ତି, ଯାହାକି ବିଗତ ୪୦ ବର୍ଷର ରେକର୍ଡ ଭାଙ୍ଗିଛି।

ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସାଇଡର ମାତ୍ରା ବଢ଼ିଛି। କାର୍ବନ ଉତ୍ସର୍ଜନ ଶିଳ୍ପ କ୍ରାନ୍ତି ଠାରୁ ଅଧିକ ବଢ଼ିବାରେ ଲାଗିଛି। କାର୍ବନ ଉତ୍ସର୍ଜନ ଶିଳ୍ପ କ୍ରାନ୍ତି ପୂର୍ବରୁ ଲେବେଲ ଠାରୁ ୫୦ ପ୍ରତିଶତ ଅଧିକ ହୋଇଛି। ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ ହୱାଇସ୍ଥିତ ମଉନା ଲୋଆ ଅଟୋମେସ୍ପିଅର ବେସଲାଇନ ଅଭଜରଭେଟରୀର ରିପୋର୍ଟରେ ୪୦ ବର୍ଷ ଭିତରେ ଅଧିକ କାର୍ବନ ଡାଇଅକ୍ସାଇଡ ବାୟୁମଣ୍ଡଳରେ ମିଶିଛି। ଅର୍ଥାତ ୨୦୨୧ରେ ୩୬ ବିଲିୟନ ଟନ କାର୍ବନ ଡାଇଅକ୍ସାଇଡ ବାୟୁମଣ୍ଡଳରେ ମିଶିଛି, ଯାହାକି ପରିବେଶ ପାଇଁ ବିପଦ।

ସୂଚନାଯୋଗ୍ୟ, ବାୟୁମଣ୍ଡଳରେ କାର୍ବନ ଅକ୍ସାଇଡର ସ୍ତର ବଢ଼ିଯିବା ଦ୍ୱାରା ବାୟୁମଣ୍ଡଳ ଗମର ହୋଇଯାଇଥାଏ। ଏହାରି କାରଣରୁ ପ୍ରାକୃତିକ ବିପର୍ଯ୍ୟୟ ହୋଇଥାଏ। ବନ୍ୟା, ଗରମ, ମରୁଡି ସହିତ ଜଙ୍ଗଲରେ ନିଆଁ ଲାଗିବା ଭଳି ଘଟଣା ଘଟୁଛି। ସେହିପରି ଉପକୂଳବର୍ତ୍ତୀ ସହରଗୁଡ଼ିକ ସମୁଦ୍ର ଭିତରେ ବୁଡିଯାଉଛି। ଏପରିକି କୋଟି କୋଟି ଲୋକ ଲୋକ ବାସହୀନ ହୋଇଯାଉଛନ୍ତି।