ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଉତ୍ତରପ୍ରଦେଶ ଗସ୍ତ କରିବେ । ସେଠାରେ ସେ ୟୁପି ଇନଭେସଷ୍ଟର୍ସ ସମିଟର ଗ୍ରାଉଣ୍ଡ ବ୍ରେକିଂ ସମାରୋହରେ ଅଂଶଗ୍ରହଣ କରିବେ । ଏନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି । ଅନ୍ୟପଟେ ମୋଦୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶର ରାଜଧାନୀ ଲଖନଊକୁ ଖୁବ୍ ସୁନ୍ଦର ଭାବେ ସଜାଯାଇଛି ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ସକାଳ ୧୧ଟାରେ ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନ ଲଖନଊ ପହଞ୍ଚିବେ । ଦ୍ୱିପ୍ରହର ୧ଟା ୪୫ ବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ମୋଦୀ କାନପୁର ଦେହାତସ୍ଥିତ ପରୁଁଖ ଗାଁ ଯବେ । ଏଠାରୁ ରାଷ୍ଟ୍ରପତିଙ୍କ ସହ ପାଥରୀ ମାତା ମନ୍ଦିର ଯିବେ ।