ପଞ୍ଚଭୂତରେ ଲୀନ ହେଲେ କେକେ

ମୁମ୍ବାଇ: ସୁପ୍ରସିଦ୍ଧ ଗାୟକ କେକେ ପଞ୍ଚଭୂତରେ ଲୀନ ହୋଇଛନ୍ତି । ବସୋର୍ବା ଶ୍ମଶାନ ଘାଟରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇ ଥିବାବେଳେ ପୁଅ ମୁଖାଗ୍ନି ଦେଇଛନ୍ତି । କେକେଙ୍କ ଅନ୍ତିମ ଯାତ୍ରାରେ ତାଙ୍କର ଅନେକ ପ୍ରଶଂସକ ସାମିଲ ଥିଲେ। ‘କେକେ ଅମର ରହେ ନାରା ମଧ୍ୟ ଦେଇଥିଲେ ।’

ସୂଚନାଯୋଗ୍ୟ, ଜୁନ୍ ୧ରେ କୋଲକାତାରେ ଏକ କନସର୍ଟ ପରେ ହୃଦଘାତ ଯୋଗୁ କେକେଙ୍କ ମୃତ୍ୟୁ ଘଟିଥିଲା । କେକେଙ୍କ ଅନ୍ତିମ ଦର୍ଶନରେ ଗାୟକ ଜାଭେଦ ଅଲି, ଅଭିଜିତ ଭଟ୍ଟାଚାର୍ଯ୍ୟ, ଶ୍ରେୟା ଘୋଷାଲ, ସଲିମ ମର୍ଚ୍ଚେଣ୍ଟ ଓ ହରିହରନ ପ୍ରମୁଖ ଉପସ୍ଥିତ ଥିଲେ ।