କଟକ,ଏନ୍ଏନ୍ଏସ୍: ବାରବାଟୀରେ ହେବାକୁ ଥିବା ଟି-ଟ୍ୱୋଣ୍ଟି ମ୍ୟାଚକୁ ବନ୍ଦ କରିବା ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ଢେଙ୍କାନାଳ ଭୁବନର ଜଣେ ଜନୈକ ବ୍ୟକ୍ତି ମାମଲା ଦାୟର କରିଛନ୍ତି । ରାଜ୍ୟ ସରକାର, ବିସିସିଇ ଓ ୧୫ ଜଣଙ୍କୁ ପକ୍ଷଭୁକ୍ତ କରି ମାମଲା ହୋଇଛି । ଷ୍ଟାଡିୟମରେ ଅଗ୍ନି ନିରାପତ୍ତାର ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଥିବା ଜଣାପଡ଼ିଛି ।