ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ କେକେଙ୍କୁ ଦିଆଗଲା ତୋପ ସଲାମ

କୋଲକାତା: ସୁପ୍ରସିଦ୍ଧ ଗାୟକ କେକେଙ୍କର ଗତକାଲି ନିଧନ ହୋଇଛି । ଆଜି କେକେଙ୍କୁ କୋଲକାତା ଏୟାରପୋର୍ଟରେ ତୋପ ସଲାମ ଦିଆଯାଇଛି । ଏହି ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ଥିଲେ । କେକେଙ୍କ ପାର୍ଥୀବ ଶରୀରକୁ ଏୟାର ଇଣ୍ଡିଆର କୀ ଏ୧ ୭୭୩ ବିମାନରେ ମୁମ୍ବାଇ ଅଣାଯାଉଛି। ରାତି ପ୍ରାୟ ୮ଟା ୧୫ରେ କେକେଙ୍କ ପ୍ରାର୍ଥୀବ ଶରୀର ମୁମ୍ବାଇ ପହଞ୍ଚିବ । କେକେଙ୍କ ଅନ୍ତିମ ସଂସ୍କାର ତାଙ୍କ ଘରସ୍ଥିତ ବସୋର୍ବା ମୁକ୍ତିଧାମ ଶ୍ମଶାନ ଘାଟରେ କରାଯିବ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, କେକେଙ୍କ ପୋଷ୍ଟମୋର୍ଟମ ଏସଏସକେଏମ ହସ୍ପିଟାଲରେ କରାଯାଇଛି । ପୋଷ୍ଟମର୍ଟମ ହେବା ପରେ କେକେଙ୍କ ପରିବାର କୋଲକାତା ଏୟାରପୋର୍ଟ ପାଇଁ ବାହାରି ସାରିଲେଣି ।