ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ସାଂସଦ ରାହୁଲ ଗାନ୍ଧୀଙ୍କୁ ଇଡି ସମନ କରିଛି । ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡ୍ରିଂ ମାମଲାରେ ଉଭୟଙ୍କୁ ସମନ ଜାରି କରାଯାଇଥିବା ନେଇ କଂଗ୍ରେସ ନେତା ଅଭିଷେକ ମନୁ ସିଂଘବୀ କହିଛନ୍ତି। ସୋନିଆ ଓ ରାହୁଲ ଜୁନ୍ ୮ରେ ପଚରାଉଚୁରା ପାଇଁ ଇଡ଼ି ସମ୍ମୁଖରେ ହାଜର ହେବେ ବୋଲି ଜଣାପଡ଼ିଛି ।
କଂଗ୍ରେସ ନେତା ଅଭିଷେକ ମନୁ ସିଂଘବୀ ପ୍ରେସ କନଫ୍ରେନ୍ସରେ କହିଛନ୍ତି ଯେ, ୨୦୧୫ରେ ଇଡି ଉକ୍ତ ମାମଲାକୁ ବନ୍ଦ କରି ଦେଇଥିଲା । କ୍ଷମତାଧାରୀ ସରକାରଙ୍କୁ ଏହି ଫଇସଲା ପସନ୍ଦ ଆସିଲାନି ବୋଲି ଇଡି ଅଧିକାରୀଙ୍କୁ ହଟାଇ ନୂଆ ଲୋକଙ୍କୁ ବସାଇ ଏବେ ସୋନିଆ ଓ ରାହୁଲଙ୍କୁ ନୋଟିସ ପଠାଉଛନ୍ତି । କିନ୍ତୁ ଆମେ ଏହା ସାମ୍ନା କରିବା ପାଇଁ ପ୍ରସ୍ତୁତ ଅଛୁ । ଏହି ଷଡ଼ଯନ୍ତ୍ରର ପୁରୋଧା ହେଉଛନ୍ତି ନିଜେ ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କ ପୋଷା ଇଡି ଅଧିକାରୀ । ମୋଦୀ ସରକାର ପ୍ରତିଶୋଧ ନେବା ପାଇଁ ଅନ୍ଧ ହୋଇଯାଇଛି ।