ମନି ଲଣ୍ଡ୍ରିଂ ମାମଲାରେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମନି ଲଣ୍ଡ୍ରିଂ ମାମଲାରେ ଇଡି ଗିରଫ କରିଛି । କୋଲକାତାର ଏକ କମ୍ପାନୀ ସହ ଜଡ଼ିତ ହାଓଲା ଲେଣଦେଣ ମାମଲାରେ ଶ୍ରୀ ଜୈନ ଗିରଫ ହୋଇଛନ୍ତି । ଶ୍ରୀ ଜୈନ ୪ କୋଟି ୮୧ ଲକ୍ଷ ହେରଫେର କରିଥିବା ଅଭିଯୋଗ ହୋଇଛି ।

୨୦୧୪ ଓ ୧୫ରେ ସତ୍ୟେନ୍ଦ୍ର ଜୈନ ଉଦ୍ୟୋଗ ଓ ସହରୀ ବିକାଶ ମନ୍ତ୍ରୀ ପଦରେ ଥିବା ସମୟରେ ତାଙ୍କ ପାଖକୁ କୋଲକାତା ସେଲ କମ୍ପାନୀରୁ ଟଙ୍କା ଆସିଥିଲା । ଏହି ଘଟଣାରେ ଇଡି ମାମଲା ରୁଜୁ କରିଥିଲା । ଉକ୍ତ ମାମଲାରେ ଯେତେବେଳେ ଶ୍ରୀ ଜୈନଙ୍କୁ ପ୍ରଶ୍ନ ପଚରା ଯାଇଥିଲା ସେ ଉତ୍ତର ଦେଇପାରି ନଥିଲେ । ତଥ୍ୟ ଲୁଚାଇଥିବାରୁ ତାଙ୍କୁ ଗିରଫ କରାଯାଇଛ