ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ୮ ବର୍ଷ ପୂର୍ତ୍ତି ଅବସରରେ ଏକ ସର୍ଭେ ସାମ୍ନାକୁ ଆସିଛି । ଏଥିରେ କରୋନା ମହାମାରୀ ଆରମ୍ଭ ହେବା ପରେ ପ୍ରଧାନମନ୍ତ୍ରୀଙ୍କ ଉପରେ ଜନତାଙ୍କ ବିଶ୍ୱାସ ବଢ଼ିଛି ବୋଲି ଉଲ୍ଲେଖ କରାଯାଇଛି ।
ଲୋକାଲ ସର୍କିଲ୍ସ ଦ୍ୱାରା ୬୪ ହଜାର ଲୋକଙ୍କୁ ନେଇ କରାଯାଇଥିବା ସର୍ଭେରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଦ୍ୱିତୀୟ ପାଳିରେ ଆଶାଠାରୁ ଅଧିôକ ଭଲ ପ୍ରଦର୍ଶନ କରିଛନ୍ତି ବୋଲି ୬୭ ପ୍ରତିଶତ ଲୋକ ମାନୁଛନ୍ତି । ଗତବର୍ଷ ଏହା ୫୧ ପ୍ରତିଶତ ଥିଲା ଏବଂ ୨୦୨୦ରେ ୬୨ ପ୍ରତିଶତ ଥିଲା ।
ସର୍ଭେରେ ସାମିଲ ହୋଇଥିବା ଲୋକ କହିଛନ୍ତି ଯେ, କରୋନା ସଂକ୍ରମଣର ତୃତୀୟ ଲହରରେ ମୋଦୀ ସରକାର ଅର୍ଥ ବ୍ୟବସ୍ଥାକୁ ପ୍ରଭାବୀ ଢଙ୍ଗରେ ସମ୍ଭାଳିବାରେ ସଫଳ ହୋଇଛି । ତଥାପି ବର୍ଷ ଆରମ୍ଭରେ ୭ ପ୍ରତିଶତ ଲୋକଙ୍କଠାରେ ବେରୋଜଗାରୀ ଚିନ୍ତା ଦେଖିବାକୁ ମିଳିଥିଲା ।