ନବୀନଙ୍କୁ ସାକ୍ଷାତ କଲେ ଅଭିନେତା ସୋନୁ ସୁଦ

ଭୁବନେଶ୍ବର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି (ଶନିବାର) ସନ୍ଧ୍ୟାରେ ଭେଟିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରିଛନ୍ତି ସୋନୁ। ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଓଡିଶା ଗସ୍ତରେ ଥିବା ଅଭିନେତା ସୋନୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କିଛି ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଭୁବନେଶ୍ବରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଛନ୍ତି ସୋନୁ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ରାଜ୍ୟର ପର୍ଯ୍ୟଟନ ବାବଦରେ ଆଲୋଚନା କରିଛନ୍ତି ସୋନୁ। କୋଭିଡ ସମୟରେ ଲୋକଙ୍କୁ ସହଯୋଗ କରି ଚର୍ଚ୍ଚାରେ ଅଛନ୍ତି ସୋନୁ।

ସୋନୁ ଲକଡାଉନ ବେଳେ ବିଭିନ୍ନ ସ୍ଥାନରେ ଫସିଥିବା ପ୍ରବାସୀ ଓଡିଆଙ୍କୁ ଘରକୁ ଫେରାଇ ଆଣିବାରେ ସହଯୋଗ କରିଥିଲେ। ମୁଖ୍ୟମନ୍ତ୍ରୀ ଓ ସୋନୁଙ୍କ ଭେଟଘାଟ ସମୟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫ଟି ସଚିବ ଭିକେ ପାଣ୍ଡିଆନ ଉପସ୍ଥିତ ଥିଲେ।