କଟକରୁ ବିପୁଳ ପରିମାଣର ନକଲି ସସ ଜବତ, ୨ ଅଟକ

କଟକ,ଏନ୍ଏନ୍ଏସ୍: ଭେଜାଲ ସାମଗ୍ରୀର ପେଣ୍ଠସ୍ଥଳ ପାଲଟିଛି କଟକ ସହର। କଟକର ବାଣିଜ୍ୟିକ କେନ୍ଦ୍ର ମାଲଗୋଦାମରୁ ମିଳିଛି ନକଲି ସସ୍। ସାରା ରାଜ୍ୟର ବ୍ୟବସାୟୀ ଓ ଗ୍ରାହକଙ୍କ ଏଠାରେ କିଣାବିକା ପାଇଁ ଭିଡ ଜମୁଥିବାବେଳେ ସମସ୍ତଙ୍କ ଆଖିରେ ଧୂଳି ଦେଇ ଏଠାରେ ପ୍ରସ୍ତୁତ ହେଉଥିଲା ଅପମିଶ୍ରିତ ସସ୍।

ମାଲଗୋଦାମରେ ଥିବା ଏହି ଅପମିଶ୍ରିତ ସସ୍ ଗୋଦାମରେ ଚଢଉ କରିଛି ମାଲଗୋଦାମ ଥାନା ପୁଲିସ। ଏଠାରୁ ବିପୁଳ ପରିମାଣର ଅପମିଶ୍ରିତ ସସ୍ ଜବତ କରାଯାଇଛି। ଏହି ଘଟଣାରେ ମାଲଗୋଦାମ ଥାନା ପୁଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ବିଶେଷକରି ଏହି ଘଟଣାରେ ଅନ୍ୟ କେଉଁ ମାନେ ସାମିଲ ଅଛନ୍ତି ଏବଂ ଏହା ପ୍ରସ୍ତୁତ କରିବା ସାମଗ୍ରୀ କେଉଁଠୁ ଆସିଛି ସେନେଇ ତଥ୍ୟ ଓଗାଳୁଛି ପୁଲିସ।