ଜଣେ ଆତଙ୍କବାଦୀକୁ ଗିରଫ କଲା ଏନଆଇଏ ଟିମ୍‌

ଜମ୍ମୁ-କଶ୍ମୀର: ଜମ୍ମୁର ସୁଜବାଁରେ ସିଆରପିଏଫ୍ ଗାଡ଼ି ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ରାଷ୍ଟ୍ରୀୟ ସୁରକ୍ଷା ଏଜେନ୍ସି(ଏନଆଇଏ)କୁ ବଡ଼ ସଫଳତା ମିଳିଛି । ଉକ୍ତ ମାମଲାରେ ଆବିଦ ଅହମ୍ମଦ ନାମକ ଜଣେ ଆତଙ୍କବାଦୀକୁ ଏନଆଇଏ ଟିମ୍ ଗିରଫ କରିଛି । ଗିରଫ ହୋଇଥିବା ଆତଙ୍କବାଦୀକୁ ଏନଆଇଏ ପଚରାଉଚୁରା କରି ତା’ ସାଥୀଙ୍କ ସମ୍ବନ୍ଧରେ ଜାଣିବାକୁ ଚେଷ୍ଟା ଜାରି ରଖିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଜମ୍ମୁର ସୁଜବାଁରେ ଏପ୍ରିଲ ୨୨ରେ ଆତଙ୍କବାଦୀମାନେ ସିଆରପିଏଫର ଏକ ଗାଡ଼ି ଉପରେ ଆକ୍ରମଣ କରିଥିଲେ । ଏହି ସମୟରେ ଗାଡ଼ିରେ ୧୫ଜଣ ଯବାନ ଥିଲେ । ଆତଙ୍କବାଦୀମାନେ ଗାଡ଼ି ଉପରକୁ ଗ୍ରେନେଡ ପକାଇ ଆକ୍ରମଣ କରିଥିଲେ । ଫଳରେ ଜଣେ ଯବାନ ସହିଦ ହୋଇଥିବାବେଳେ ୧୦ଜଣ ଗୁରୁତର ହୋଇଥିଲେ । ପରେ ଏନଆଇଏ ଘଟଣାସ୍ଥଳକୁ ଯାଇ ସ୍ଥିତି ନିରୀକ୍ଷଣ କରିଥିଲା । ଘଟଣାସ୍ଥଳରୁ ଏନଆଇଏ ଟିମକୁ ଅନେକ ପ୍ରମାଣ ମିଳିଥିଲା । ପରେ ଟିମ୍ ଘଟଣାକୁ ନେଇ ଲୋକଙ୍କୁ ପଚରାଉଚୁରା କରିଥିଲା ।