ଯାତ୍ରା ପଡ଼ିଆକୁ ବଏଲ ଯାତ୍ରା ପଡ଼ିଆ ଭାବେ ନାମିତ କରିବାକୁ ଦାବିପତ୍ର

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ସ୍ଥାନୀୟ ଗଡ଼ ଭିତରସ୍ଥିତ ଯାତ୍ରା ପଡ଼ିଆକୁ ବଏଲ ଯାତ୍ରା ପଡ଼ିଆ ଭାବେ ନାମିତ କରିବା ସହ ଏହାକୁ ସୁରକ୍ଷା ଦେବାକୁ ପାଟଣାଗଡ଼ ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି । ଏହି ଯାତ୍ରା ପଡ଼ିଆକୁ କିଛି ଲୋକ ଅକ୍ତିଆର କରି ପଡ଼ିଆକୁ ସଙ୍କୁଚିତ କରିଥିବାରୁ ପ୍ରଶାସନ ତରଫରୁ ତା’ର ସୁରକ୍ଷା ପାଇଁ ଯାତ୍ରା ପଡ଼ିଆ ଉନ୍ନୟନ କମିଟି ଦାବି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଏକ ସ୍ମାରକ ପତ୍ର ଓଡ଼ିଶାର କଳା ଓ ସାସ୍କୃତିକ ବିଭାଗ ମନ୍ତ୍ରୀ, ବଲାଙ୍ଗିର ଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । କମିଟି ପକ୍ଷରୁ ଡିଙ୍ଗର କୁମ୍ଭାର, ସୁଶୀଳ ନାୟକ, ସୁବାସ ଚନ୍ଦ୍ର ଆଚାର୍ଯ୍ୟ ଓ ସୁଭକାନ୍ତ ଦେବ ପ୍ରମୁଖ ଉପସ୍ଥିତ ଥିଲେ ।