ଶ୍ରୀନଗର,ଏଜେନ୍ସି: ଜମ୍ମୁ କଶ୍ମୀରରେ ଆତଙ୍କବାଦୀମାନେ ଏବେ ମହିଳା ଓ ଶିଶୁମାନଙ୍କୁ ମଧ୍ୟ ଟାର୍ଗେଟ କରିବା ଆରମ୍ଭ କରିଦେଇଛନ୍ତି। ଲଗାତାର ୨ୟ ଦିନରେ ଘାଟିରେ ହିଂସା ଦେଖିବାକୁ ମିଳିଛି। ଦିନକ ପୂର୍ବରୁ ଘାଟିରେ ଆତଙ୍କବାଦୀମାନେ ଜଣେ କନଷ୍ଟେବଳଙ୍କୁ ଟାର୍ଗେଟ କରିଥିଲେ, ଯେଉଁଥିରେ କି ତାଙ୍କର ୯ ବର୍ଷର ଶିଶୁକନ୍ୟା ଆହତ ହୋଇଥିଲା।
ଆତଙ୍କବାଦୀମାନେ ବୁଧବାର ଜଣେ ଟିଭି ଅଭିନେତ୍ରୀଙ୍କୁ ଗୁଳି କରିଛନ୍ତି। ଏହି ଗୁଳିମାଡ଼ରେ ଅଭିନେତ୍ରୀଙ୍କର ୧୦ ବର୍ଷର ପୁତୁରା ମଧ୍ୟ ଆହତ ହୋଇଛି। ଅଭିନେତ୍ରୀଙ୍କର ମୃତ୍ୟୁ ହୋଇଛି। ପୋଲିସ କହିବା ଅନୁସାରେ ଆତଙ୍କବାଦୀ ଆକ୍ରମଣ ଘଟଣା ବୁଧବାର ବଡ଼ଗାମ ଜିଲ୍ଲାର ଚଦୁରାର ହିଶାରୁ ଅଞ୍ଚଳରେ ହୋଇଛି। ଅଭିନେତ୍ରୀ ଅମରୀନଙ୍କ ଉପରେ ଗୁଳିମାଡ଼ ସନ୍ଧ୍ୟା ୭ଟା ୫୫ ମିନିଟରେ ହୋଇଥିଲା।
ଅଭିନେତ୍ରୀ ଅମରୀନ ନିଜ ଘର ବାହାରେ ପୁତୁରା ସହିତ ଛିଡ଼ା ହୋଇଥିଲେ। ସେହି ସମୟରେ ଆକ୍ରମଣକାରୀମାନେ ହଠାତ ପହଞ୍ଚି ଥିଲେ ଏବଂ ଗୁଳି କରିଥିଲେ। ଆକ୍ରମଣର ଶିକାର ହେବା ପରେ ୨ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଅଭିନେତ୍ରୀଙ୍କର ମୃତ୍ୟୁ ହୋଇଥିଲା।