ୟାସିନ ମଲ୍ଲିକଙ୍କୁ ଆଜୀବନ କାରାବାସ

ନୂଆଦିଲ୍ଲୀ: କଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲ୍ଲିକଙ୍କୁ ଦିଲ୍ଲୀ ବିଶେଷ ଅଦାଲତ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଆତଙ୍କବାଦୀ କାର୍ଯ୍ୟକଳାପ ଓ ପାଣ୍ଠି ଯୋଗାଣ ମାମଲାରେ ୟାସିନଙ୍କୁ ଏହି ସଜା ଦିଆଯାଇଛି । ୨ଟି ମାମଲାରେ ୨ଟି ଆଜୀବନ କାରାଦଣ୍ଡାଦେଶ ସହିତ ଅନ୍ୟ ୫ଟି ମାମଲାରେ ୧୦ ବର୍ଷ ଲେଖାଏଁ କରାବାସ ସଜା ଶୁଣାଯାଇଛି । କାରାଦଣ୍ଡ ସହ ୧୦ ଲକ୍ଷ ଟଙ୍କା ଜୋରିମାନା ଆଦେଶ ହୋଇଛି । ସମସ୍ତ ଜେଲ ଦଣ୍ଡ ଏକକାଳୀନ ଲାଗୁ ହେବ । ଏହି ଶୁଣାଣୀ ସମୟରେ ୟାସିନ କୋର୍ଟରେ ଉପସ୍ଥିତ ଥିଲେ । ଏହି ସମୟରେ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା ।

ସୂଚନାଯୋଗ୍ୟ, ଏହାପୂର୍ବରୁ ଉକ୍ତ ମାମଲାର ଯାଞ୍ଚ କରୁଥିବା ଏନଆଇଏ ୟାସିନ ମଲ୍ଲିକଙ୍କୁ ଫାସି ଦିଆଯିବାକୁ ନେଇ ଅନୁରୋଧ କରିଥିଲେ । ୟାସିନ ଏପ୍ରିଲ ୧୯ରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ।