୧୭ ବର୍ଷ ଲିଭଇନରେ ରହିବା ପରେ ୫୪ ବର୍ଷ ବୟସରେ ବାହା ହେଲେ ହଁସଲ ମେହେତା

ମୁମ୍ବାଇ: ଜଣାଶୁଣା ଫିଲ୍ମ ନିର୍ମାତା ହଁସଲ ମେହେତା ତାଙ୍କ ପାର୍ଟନର ସେଫିନା ହୁସେନଙ୍କୁ ୫୪ ବର୍ଷ ବୟସରେ ବିବାହ କରିଛନ୍ତି । ଏନେଇ ହଁସଲ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ହଁସଲ ଓ ସେଫିନାଙ୍କ ବିବାହ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।

ସୂଚନାଯୋଗ୍ୟ, ହଁସଲ ମେହେତା ଓ ସେଫିନା ହୁସେନ ଦୀର୍ଘ ୧୭ ବର୍ଷ ହେବ ଲିଭଇନରେ ରହୁଥିଲେ । ତାଙ୍କର ୨ଟି ସନ୍ତାନ ମଧ୍ୟ ରହିଛନ୍ତି ।