ନୂତନ ପିସିସି ସଭାପତିଙ୍କୁ ପାଟଣାଗଡ଼ କଂଗ୍ରେସ ତରଫରୁ ଅଭିନନ୍ଦନ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ଜାତୀୟ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଓଡ଼ିଶା ପ୍ରଦେଶ କଂଗ୍ରେସର ନୂତନ ସଭାପତି ଭାବେ ପୂବର୍ତନ ବଲାଙ୍ଗିର ଲୋକସଭା ସଦସ୍ୟ ଶରତ ପଟ୍ଟନାୟକଙ୍କୁ ନିଯୁକ୍ତି ଦେଇଛନ୍ତି । ଶରତ ଜଣେ ସୁସଂଗଠକ ତାଙ୍କରି ନେତୃତ୍ୱରେ ଓଡ଼ିଶା କଂଗ୍ରେସ ସୁଦୃଢ଼ ହେବା ସଙ୍ଗେ ସଙ୍ଗେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଭଲ କରିବ ବୋଲି ଆଶା ରଖିଛି । ପିସିସି ସଭ୍ୟ ଅନୀଲ ମେହେର, ସିଦ୍ଧାର୍ଥ ମିଶ୍ର, ପାଟଣାଗଡ଼ ବ୍ଲକ କଂଗ୍ରେସ ସଭାପତି ପତିତପାବନ ପ୍ରଧାନ, ନଗର ସଭାପତି ଜୟକୃଷ୍ଣ ମେହେର ଓ ଯୁବ କଂଗ୍ରେସ ସଭାପତି ଚନ୍ଦନ ସାହୁ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି ।