୨୭ରେ ମାରୱାଡୀ ଯୁବା ମଞ୍ଚ ପକ୍ଷରୁ ମାଗଣା କ୍ୟାନ୍ସର ଯାଞ୍ଚ ଶିବିର

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ମାରୱାଡୀ ଯୁବ ମଞ୍ଚର ସହଯୋଗରେ ମେ’ ୨୭ରେ ଦେବଗଡ଼ ଜିଲ୍ଲା ମୁଖ୍ୟାଳୟସ୍ଥିତ ଗୋପାଳଜୀ ମନ୍ଦିର କଲ୍ୟାଣ ମଣ୍ଡପରେ ଏକ ମାଗଣା କ୍ୟାନ୍ସର ଯାଞ୍ଚ ଶିବିର ଆୟୋଜନ କରାଯିବ । ମାରୱାଡୀ ଯୁବ ମଞ୍ଚର ସଭାପତି ମନୀଷ ଅଗ୍ରୱାଲ ଓ ମାରୱାଡୀ ଯୁବ ମଞ୍ଚର ସହଯୋଗରେ ଏହି ଶିବିର ଆୟୋଜନ କରାଯାଉଛି । ବିକାଶ ସୁପର ସ୍ପେସିଆଲିଟି ହସ୍ପିଟାଲର ଡାକ୍ତରଙ୍କ ତତ୍ତ୍ୱାବଧାନରେ ଏହି ଶିବିର ଆୟୋଜିତ ହେଉଛି । ଏହି ଶିବିର ଅଧୀନରେ ଯେକୌଣସି କ୍ୟାନ୍ସର ରୋଗୀ ଏବଂ ଯେଉଁମାନଙ୍କର ହଠାତ୍ ଓଜନ ହ୍ରାସ, ନିଶ୍ୱାସ ପ୍ରଶ୍ୱାସ, ଦୁର୍ବଳତା, ଥକାପଣ, ସ୍ଥାୟୀ ଜ୍ୱର ଏବଂ ସଂକ୍ରମଣ, ଅସ୍ଥାୟୀ କାଶ, ଛାତି ଯନ୍ତ୍ରଣା, ହଠାତ୍ ଫ୍ଲାଟୁଲେନ୍ସ, ଛାତି ଜଳିବା, ଅନ୍ତନଳୀ ସମସ୍ୟା, ଗିଳିବାରେ ଅସୁବିଧା, ଜଣ୍ଡିସ, ନଖରେ ପରିବର୍ତ୍ତନ ଭଳି ବ୍ୟକ୍ତି ନିଶ୍ଚିତ ଭାବରେ ଏହି ଶିବିରକୁ ଆସି ନିଜର ଆବଶ୍ୟକ ପରୀକ୍ଷା କରିବା ପାଇଁ ମଞ୍ଚ ପକ୍ଷରୁ ଅନୁରୋଧ କରାଯାଇଛି । ଏହାଦ୍ୱାରା ଅଞ୍ଚଳର ଅନେକ କ୍ୟାନ୍ସର ପୀଡ଼ିତ ଲାଭ ପାଇବେ ବୋଲି ଯୁବା ମଞ୍ଚ ଆଶା ପ୍ରକାଶ କରିଛି ।