କ୍ୟାପ୍ଟେନ ଅଭିଲାଷା ବରାକ ହେଲେ ସେନାର ପ୍ରଥମ ମହିଳା କମ୍ବାଟ ଏଭିଏଟର

ନୂଆଦିଲ୍ଲୀ: ସାଧାରଣ ଜୀବନ ନୁହେଁ ଏବେ ସେନାରେ ମଧ୍ୟ ମହିଳାମାନେ ପୁରୁଷଙ୍କ କାନ୍ଧରେ କାନ୍ଧ ମିଶେଇ ଚାଲିବା ଆରମ୍ଭ କଲେଣି । ଏହି ପରିପ୍ରେକ୍ଷୀରେ ଭାରତୀୟ ସେନାକୁ କର୍ପସ ରୂପେ ପ୍ରଥମ ମହିଳା ଅଧିକାରୀ ମିଳିଯାଇଛି । କ୍ୟାପ୍ଟେନ ଅଭିଲାଷା ବରାକ ଏହି ଉପଲବ୍ଧି ହାସଲ କରିଛନ୍ତି । କ୍ୟାପ୍ଟେନ ଅଭିଲାଷା ସଫଳତାପୂର୍ବକ ଟ୍ରେନିଂ ସାରିଥିବା ନେଇ ଭାରତୀୟ ସେନା ସୂଚନା ପ୍ରଦାନ କରିଛି । ଏହାପରେ କ୍ୟାପ୍ଟେନ ଅଭିଲାଷାଙ୍କୁ କମ୍ବାଟ ଏଭିଏଟର ରୂପେ ଆର୍ମି ଏଭିଏସନ କର୍ପସରେ ସାମିଲ କରାଯାଇଛି ।

ଭାରତୀୟ ସେନା ଅନୁସାରେ, କ୍ୟାପ୍ଟେନ ଅଭିଲାଷା ୩୬ ସେନା ପାୟଲଟ ସହ ଏହି ପ୍ରତିଷ୍ଠିତ ୱିଙ୍ଗରେ ସମ୍ମାନିତ କରାଯାଇଛି । ୧୫ଜଣ ମହିଳା ଅଧିକାରୀ ସେନା ଏଭିଏସନରେ ଯୋଗଦେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । କିନ୍ତୁ କେବଳ ୨ଜଣ ଅଧିକାରୀଙ୍କୁ ହିଁ ପାୟଲଟ ଆପ୍ଟିଚ୍ୟୁଡ ବ୍ୟାଟେରୀ ଓ ମେଡିକାଲ ଯାଞ୍ଚ ପରେ ଚୂଡ଼ାନ୍ତ କରାଯାଇଥିଲା ।