ସାଇବର ଥାନାରେ ହାଜର ହେଲେ ବର୍ଷା

କଟକ,ଏନ୍‌ଏନ୍‌ଏସ୍‌: ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ପାରିବାରିକ ବିବାଦ ଦିନକୁଦିନ ବଢ଼ିବାରେ ଲାଗିଛି । ୟୁଟ୍ୟୁବରେ ଅନୁଭବ ଗୋଟିଏ ପରେ ଗୋଟିଏ ଭିଡିଓ ପୋଷ୍ଟ କରିବାକୁ କେନ୍ଦ୍ର କରି ବର୍ଷା କଟକ ସାଇବର ଥାନାରେ ଏତଲା ଦେଇଛନ୍ତି । ସୋସିଆଲ ମିଡିଆରେ ଛବି ଖରାପ କରୁଥିବା ଅଭିଯୋଗ କରି ବର୍ଷା ଏତଲା ଦେଇଥିବା ଜଣାପଡ଼ିଛି । ବର୍ଷାଙ୍କ ଏତଲା ଭିତ୍ତିରେ ଆଇପିସି ଧାରା ୫୦୯ ଓ ଆଇଟି ଆକ୍ଟରେ ମାମଲା ରୁଜୁ ହୋଇଛି ।