କେନ୍ଦ୍ର ସରକାର କର୍ମଚାରୀଙ୍କୁ ଦୀପାବଳି ଭେଟି

ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର ସରକାର କର୍ମଚାରୀଙ୍କୁ ଦିପାବଳି ଭେଟି ଦିଆଯାଇଛି । କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଛି। କେନ୍ଦ୍ର ସରକାର ଏହାକୁ ୫% ବୃଦ୍ଧି କରିଛନ୍ତି। କେନ୍ଦ୍ର କ୍ୟାବିନେଟର ଏହି ନିଷ୍ପତ୍ତି ଫଳରେ ୫୦ ଲକ୍ଷ କର୍ମଚାରୀ ଲାଭବାନ ହେବେ। ଏହା ସହିତ ୬୫ ଲକ୍ଷ ପେନସନଭୋଗୀ ମଧ୍ୟ ଉପକୃତ ହେବେ।

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏ ସମ୍ପର୍କରେ ସୂଚନା​‌ ଦେଇଛନ୍ତି। ଫଳରେ ମହଙ୍ଗା ଭତ୍ତା ୧୨ ପ୍ରତିଶତରୁ ବୃଦ୍ଧି ପାଇ ୧୭ ପ୍ରତିଶତ ହୋଇଛି। ଗତ ଜୁଲାଇରୁ ଏହା ପିଛିଲା ଭାବେ ଲାଗୁ ହେବ। ୭ମ ବେତନ କମିଶନଙ୍କ ସୁପାରିସ ଅନୁସାରେ କ୍ୟାବିନେଟରେ ଏହି ନିଷ୍ପତ୍ତି ନିଆଯାଇଥିବା ଜାଭଡେକର ସୂଚନା ଦେଇଛନ୍ତି।