୭ ଜୁଆଡ଼ିଙ୍କୁ କୋର୍ଟଚାଲାଣ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଥାନା ଆଇ.ଆଇ.ସି. ରାମପ୍ରସାଦ ନାଗଙ୍କ ନିର୍ଦ୍ଦେଶରେ ମଂଗଳବାର ରାତ୍ରରେ ପଦ୍ମଗିରି ଅଂଚଳର ୭ଜଣ ବ୍ୟକ୍ତି ଜୁଆ ଖେଳୁଥିବା ସମୟରେ ଧରାପଡିଛନ୍ତି । ସେମାନଙ୍କୁ ଗିରଫ କରାଯିବା ସହ ଖେଳ ସ୍ଥାନରୁ ୨୯,୬୮୦ ଟଙ୍କା ଏବଂ ତାସ୍ ଜବତ କରାଯାଇଛି । ଏସ୍ଆଇ ରୁଦ୍ରମାଧବ ମୁଦୁଲିଙ୍କ ତତ୍ୱାବଧାନରେ ପୁଲିସ ଟିମ୍ ଅଚାନକ ଚଢଉ କରିଥିଲେ ।

ଅଭିଯୁକ୍ତମାନେ ହେଲେ ଏମଭି-୮୩ ଗ୍ରାମର କମଲ ରାୟ, ଝରାପଲି ଗ୍ରାମର ଗୁଟି ପଡିଆମି, ଝିଲେରିଗୁଡା ଗ୍ରାମର ଦୁର୍ଜନ କୁରାମୀ, ଏମଭି-୯୭ ଗ୍ରାମର ଗୋପି ସିକଦାର, ମଙ୍ଗ ଗ୍ରାମର ସୋମନାଥ ଡୁରୁକା, ବୋଇଲାପାରି ଗ୍ରାମର ଘାସିରାମ ପେଦି, ଛତିଶଗଡ ଗାଦିରସ ଥାନା ଅନ୍ତର୍ଗତ ଜିରାମପାଲ ଗ୍ରାମର ସନ୍ତୋଷ କସ୍ୟପ । ମାଲକାନଗିରି ଥାନାରେ ମାମଲା ରୁଜୁ କରାଯାଇ ବୁଧବାର ସେମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ଆଇଆଇସି ଶ୍ରୀ ନାଗ ପ୍ରକାଶ କରିଛନ୍ତି ।