ଜ୍ଞାନବାପୀ ମାମଲା: ଆଜି ସୁପ୍ରିମ୍‌କୋର୍ଟରେ ଶୁଣାଣି, ବାରାଣସୀ କୋର୍ଟରେ ଦାଖଲ ହେବ ସର୍ଭେ ରିପୋର୍ଟ

ବାରାଣସୀ,ଏନ୍ଏନ୍ଏସ୍: ଜ୍ଞାନବାପୀ ମାମଲାରେ ଆଜି ସ୍ଥାନୀୟ କୋର୍ଟରେ ପୁଣି ଥରେ ଶୁଣାଣି ହେବ। ମଙ୍ଗଳବାର କୋର୍ଟ କମିସନର ସର୍ଭେ ରିପୋର୍ଟ ଦାଖଲ କରିବା ଲାଗି ୨ ଦିନ ମୋହଲତ ମାଗିଥିଲେ। ଏବେ ଏହା ପୂରା ହୋଇଯାଇଛି। ଗୁରୁବାର କୋର୍ଟ କାମ ଯେତେବେଳେ ଆରମ୍ଭ ହୋଇଯିବ, ଆଡଭୋକେଟ କମଶନର ଜଜଙ୍କ ସାମ୍ନାରେ ସର୍ଭେ ରିପୋର୍ଟ ଦାଖଲ କରାଯିବ। ଏହା ବ୍ୟତୀତ ସ୍ଥାନୀୟ କୋର୍ଟରେ ଗୁରୁବାର ଅନ୍ୟ ୨ଟି ଆବେଦନ ଉପରେ ମଧ୍ୟ ଶୁଣାଣି ହେବ।

ଏକ ଆବେଦନରେ କୋର୍ଟ କମିଶନର ଜ୍ଞାନବାପୀ ପରିସରର ସର୍ଭେରେ ମିଳିଥିବା ଶିବଲିଙ୍ଗର ପୂଜା କରିବାର ଅନୁମତି ମଗାଯାଇଛି। ଏହା ବ୍ୟତୀତ ଆବେଦନରେ ଜ୍ଞାନବାପୀ ପରିସରରେ ବେସମେଣ୍ଟର କାନ୍ଥକୁ ଭାଙ୍ଗିବା ଓ ମାମଲାରେ ଅନ୍ୟ ପ୍ରମାଣପତ୍ର ଏକତ୍ର କରିବା ଲାଗି ମଧ୍ୟ ଦାବି କରାଯାଇଛି।

ସୁପ୍ରିମକୋର୍ଟରେ ଗୁରୁବାର ଜ୍ଞାନବାପୀ ସର୍ଭେ ମାମଲାରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବ। ବିଚାରପତି ଚନ୍ଦ୍ରଚୂଡ଼ ଓ ବିଚାରପତି ନରସିଂହାଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଉତ୍ତର ପ୍ରଦେଶ ସରକାର ଓ ଅନ୍ୟ ପକ୍ଷଙ୍କୁ ନୋଟିସର ଜବାବ ଦେବାର ଅଛି। ମଙ୍ଗଳବାର ସୁପ୍ରିମକୋର୍ଟ ସମସ୍ତ ପକ୍ଷଙ୍କୁ ନୋଟିସ ଜାରି କରିଥିଲେ। କୋର୍ଟ ଆଦେଶ ଦେଇଥିଲେ ଯେ, ମାଜିଷ୍ଟ୍ରେଟ ଜ୍ଞାନବାପୀ ପରିସରର ସରୋବରରୁ ମିଳିଥିବା କଥିତ ଶିବଲିଙ୍ଗକୁ ସୁରକ୍ଷିତ ରଖିବା ପାଇଁ ବ୍ୟବସ୍ଥା କରନ୍ତୁ। ଏତଦ ବ୍ୟତୀତ ମୁସଲିମମାନଙ୍କୁ ଏଠାରେ ନମାଜ ପାଠ କରିବାରୁ ବଞ୍ଚିତ କରାଯାଉ ନାହିଁ।