ଜୁନ୍‌ ୧ରୁ ଦିଲ୍ଲୀରେ ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ବ୍ୟାନ୍‌

ନୂଆଦିଲ୍ଲୀ,ଏଜେନ୍ସି: ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍‌ ଜିନିଷକୁ ଦିଲ୍ଲୀରେ ବ୍ୟାନ ପାଇଁ ଘୋଷଣା କରାଯାଇଛି। ଜୁନ୍‌ ପହିଲାରୁ ଏହି ନିୟମ ଲାଗୁ ହେବ। ପରିବେଶ ମନ୍ତ୍ରୀ ଗୋପାଳ ରାୟ ଶନିବାର ଏନେଇ ଘୋଷଣା କରିଛନ୍ତି।

ଏନେଇ କେନ୍ଦ୍ର ପରିବେଶ ମନ୍ତ୍ରୀ ଗତ ବର୍ଷ ଅଗଷ୍ଟ ମାସରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍‌ର ଆମଦାନୀ, ରପ୍ତାନୀ, ବିକ୍ରି ଓ ତିଆରି ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏଥିସହିତ ପଲିଥିନକୁ ମଧ୍ୟ ତିଆରି କରିବା ଉପରେ କଟକଣା ଲାଗୁ କରାଯାଇଥିଲା।
ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକରେ ଇଅରବଡ୍, ପ୍ଲାଷ୍ଟିକ୍‌ ଷ୍ଟିକ୍‌ ବେଲୁନ୍, ପତାକା, ଚକଲେଟ୍‌ କାଠି, ଆଇସକ୍ରିମ୍ ଚାମଚ, ଥର୍ମୋକୁଲ୍‌, ଥାଳି, କପ୍, ଗ୍ଲାସ୍‌, ଫୋର୍କ୍ସ, ଚାମଚ, କେକ୍‌ କଟା ଛୁରି, ଷ୍ଟ୍ର, ଟ୍ରେ, ରାପର୍‌, ଓ ଗିଫ୍ଟ ପ୍ୟାକିଂ ଜରି, ନିମନ୍ତ୍ରଣ ପତ୍ର, ପିଭିସି ବ୍ୟାନର ପ୍ରଭୃତି ଜିନିଷ ରହୁଛି।

ଜୁନ୍‌ ୧ ତାରିଖରୁ ଏହି ସବୁ ଜିନିଷକୁ ଦିଲ୍ଲୀର ବ୍ୟାନ୍‌ କରାଯାଉଥିବା ବେଳେ ଜୁନ୍‌ ୩୦ ସୁଦ୍ଧା କୌଣସି ଦୋକାନୀ ଏହି ଜିନିଷ ନିଜ ଦୋକାନରେ ଏହି ଜିନିଷ ନରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।