ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । କାର୍ଯ୍ୟକାଳ ସମାପ୍ତ ହେଉଥିବା ୩ଟି ସଦସ୍ୟଙ୍କ ସ୍ଥାନ ପୂରଣ ପାଇଁ ବିଜ୍ଞପ୍ତି ଜାରି ହୋଇଛି । ନିର୍ବାଚନ ପାଇଁ ମେ’ ୨୪ରେ ବିଜ୍ଞପ୍ତି ପ୍ରକାଶ ପାଇବ । ମେ’ ୩୧ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ କରାଯାଇ ପାରିବ । ଜୁନ୍ ୧ରେ ନାମାଙ୍କନ ଯାଞ୍ଚ ଓ ୩ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ହେବ। ଆବଶ୍ୟକ ହେଲେ ଜୁନ୍ ୧୦ରେ ଭୋଟ ଗ୍ରହଣ ହେବ । ସକାଳ ୯ଟାରୁ ଅପରାହ୍ନ ୪ଟା ଯାଏଁ ଭୋଟ ଗ୍ରହଣ ହେବ । ଜୁନ୍ ୧୦ ଅପରାହ୍ନ ୫ଟାରେ ଭୋଟ ଗଣତି ହେବ ବୋଲି ସୂଚନା ମିଳିଛି ।