ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍ କନ୍ଧକେଲଗାଁ ପଞ୍ଚାୟତ ସର୍ଗିପାଲି ଗ୍ରାମର ବିଶ୍ବ ମା’ ଗାୟତ୍ରୀ ଏସ୍ଏଚ୍ଜି ଦଳକୁ ଉତ୍କୃଷ୍ଟ(ବେଶ) ପୁରସ୍କାର ପ୍ରଦାନ କରାଯାଇଛି। ରାଜ୍ୟ ସ୍ତରୀୟ ଆଦିବାସୀ ମେଳାରେ ଏହି ଏସ୍ଏଚ୍ଜି ରେକର୍ଡ ପରିମାଣ ତଥା ୩.୫ ଲକ୍ଷ ଟଙ୍କାର ଡାଲି ମସଲା ଓ ଅନ୍ୟ ଖାଦ୍ୟ ସାମଗ୍ରୀ ବିକ୍ରି କରି ଏହି ପୁରସ୍କାର ପାଇଛି। ଏନେଇ ମହିଳା ଗୋଷ୍ଠୀଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି।
