Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଦେବଗଡ଼ ଜିଲ୍ଲା ଠିକାଦାର ସଂଘରେ ସାମିଲ ହେବ ଏସଟି-ଏସସି ସଂଘ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଦେବଗଡ଼ ଜିଲ୍ଲା ଠିକାଦାର ସଂଘରେ ସାମିଲ ହେବ ଏସଟି-ଏସସି ସଂଘ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଜିଲ୍ଲା ଠିକାଦାର ସଂଘର କାର୍ଯ୍ୟକାରୀ ସଭାପତି ଇଂ ଅଜୟ କୁମାର ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ସଂଘ ସାଧାରଣ ସମ୍ପାଦକ ଅନୁପମ ମୋଦୀ ସ୍ଥାନୀୟ ବସନ୍ତନିବାସ ଡାକବଙ୍ଗଳାରେ ସଂଘର ଏକ ବୈଠକ ଅନୁଷ୍ଠିତ କରାଇଥିଲେ । ଉକ୍ତ ବୈଠକରେ କୋଷାଧ୍ୟକ୍ଷ ଇଂ. କୁମାର ସ୍ୱସ୍ତିକ ମହାପାତ୍ର ସଂଘର ବାର୍ଷିକ ଆୟବ୍ୟୟର ବିସ୍ତୃତ ବିବରଣୀ ଉପସ୍ଥିତ କାର୍ଯ୍ୟକାରୀ ଓ ବରିଷ୍ଠ ସଦସ୍ୟଙ୍କୁ ଦେଇଥିଲେ । ଦୀର୍ଘ ୨ ବର୍ଷ ହେବ କରୋନା ମହାମାରୀକୁ ଦୃଷ୍ଟିରେ ରଖି ସ୍ଥଗିତ ରଖାଯାଇଥିବା ସଂଘର ନିର୍ବାଚନକୁ ଯଥାଶୀଘ୍ର କରାଯିବାକୁ ନେଇ ଆଲୋଚନା ହୋଇଥିଲା । ପୂର୍ବରୁ ଜିଲ୍ଲା ସଂଘର ମୂଳ ବିଚାରଧାରାକୁ ଭୁଲ ବୁଝି ଏକ ଏସଟି-ଏସସି ଠିକାଦାର ସଂଘ ନାମକ ସଂଗଠନ ହୋଇଥିବାବେଳେ ଏହାକୁ ଜିଲ୍ଲା ସଂଘରେ ବିଲୟ କରାଯିବ । ଏହାଦ୍ୱାରା ଜିଲ୍ଲା ସଂଘର ଏକତା ବଜାୟ ରହିବ ଓ ସଂଘର ନିର୍ବାଚନ କରାଇବା ସମ୍ଭବ ହୋଇପାରିବ ବୋଲି ସମସ୍ତ ଉପସ୍ଥିତ ସଦସ୍ୟ ମତବ୍ୟକ୍ତ କରିଥିଲେ । ଏହି ପରିପ୍ରେକ୍ଷୀରେ ବୈଠକରେ ଉପସ୍ଥିତ ଏସଟି-ଏସସି ସଂଘର ସମ୍ପାଦକ ପ୍ରଜିତ କୁମାର ଭୋଜ ଏହି ବିଲୟ ସପକ୍ଷରେ ନିଜ ମତ ଦେଇଥିଲେ । ଏଥିସହିତ ସମସ୍ତ ଏସସି -ଏସଟି ଠିକାଦାରଙ୍କୁ ଜିଲ୍ଲା ସଂଘରେ ଅନ୍ତର୍ଭୁକ୍ତ କରାଇବା ସକାଶେ ଯଥାଶୀଘ୍ର ସମ୍ଭବ ସେମାନଙ୍କ ସଦସ୍ୟତା ରାଶି ଓ ଆବଶ୍ୟକ କାଗଜପତ୍ର ସଂଘରେ ଦାଖଲ କରିବାକୁ ନେଇ ଆଶ୍ୱାସନା ଦେଇଥିଲେ । ଏଥିରେ ଠିକାଦାରଙ୍କ ଉପରେ ଜିଏସଟି ବିଭାଗ ଦ୍ୱାରା ଅକଥନୀୟ ଅତ୍ୟାଚାର କରାଯାଉଥିବା ବିଷୟରେ ଆଲୋଚନା ହୋଇଥିଲା । ସଂଘ କାର୍ଯ୍ୟକାରୀ ସଦସ୍ୟଙ୍କ ମଧ୍ୟରେ ପ୍ରକାଶ କୁମାର ପାଲ, ଅନିଲ କୁମାର ରଣା, ସୌମ୍ୟକାନ୍ତ ପ୍ରଧାନ, ବରିଷ୍ଠ ଠିକାଦାର କିଶୋର ଚନ୍ଦ୍ର ଦାସ, ସତ୍ୟନାରାୟଣ ପାଣି ଓ ବିଜୟ କୁମାର ପ୍ରଧାନଙ୍କ ସମେତ ଅନେକ ଯୁବ ଠିକାଦାର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।