କଂଗ୍ରେସକୁ ଭେଟିଲେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା

ନୂଆଦିଲ୍ଲୀ,ଏଜେନ୍ସି: ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ରବିବାର କଂଗ୍ରେସର ସଭାପତି ସୋନିଆ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ରଜ୍ୟସଭା ଏମପି ଆନନ୍ଦ ଶର୍ମାଙ୍କୁ ଭେଟିବା ସହିତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସୃଦଢ଼ କରିବା ପାଇଁ ଆଲୋଚନା କରିଛନ୍ତି।


ଦଳୀୟ ପାର୍ଟିରୁ ମିଳିଥିବା ସୂଚନା ଅନୁସାରେ ଏହି ବୈଠକରେ ଉଭୟ ଦେଶ ମଧ୍ୟରେ ସମ୍ବନ୍ଧକୁ ଦୃଢ଼ କରିବା ପାଇଁ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବାଙ୍ଗଲାଦେଶର ପ୍ରଥମ ଯିଏକି ଭାରତକୁ ଏକ ଲମ୍ବା ସମୟ ପାଇଁ ଗସ୍ତରେ ଆସିଛନ୍ତି। ସେହିପରି ମନମୋହନ ସିଂ ପ୍ରଧାନମନ୍ତ୍ରୀ ଭାବେ ୨୦୧୧ରେ ବାଂଲାଦେଶ ଗସ୍ତରେ ଯାଇଥିଲେ।