Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଆମେରିକା ବାଣିଜ୍ୟ ସଚିବଙ୍କୁ ଭେଟିଲେ ନିର୍ମଳା, ଅର୍ଥନୈତିକ ସହଯୋଗ ମଜବୁତ ନେଇ ଆଲୋଚନା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଆମେରିକା ବାଣିଜ୍ୟ ସଚିବଙ୍କୁ ଭେଟିଲେ ନିର୍ମଳା, ଅର୍ଥନୈତିକ ସହଯୋଗ ମଜବୁତ ନେଇ ଆଲୋଚନା

ୱାଶିଂଟନ,ଏଜେନ୍ସି: ଗୁରୁବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆମେରିକା ବାଣିଜ୍ୟ ସଚିବ ଗିନା ରାଇମୋଣ୍ଡୋଙ୍କୁ ଭେଟିଛନ୍ତି । ୱାଶିଂଟନ ଡିସିରେ ଏହି ଭେଟଘାଟ ହୋଇଛି । ଦ୍ବିପାକ୍ଷିକ ତଥା ବିଶ୍ବ ସ୍ତରରେ ଅର୍ଥନୈତିକ ସହଯୋଗକୁ ମଜବୁତ କରିବାର ଉପାୟ ଉପରେ ଭଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ଏନେଇ ଅର୍ଥମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ଏପ୍ରିଲ 17ରୁ ଆମେରିକା ଗସ୍ତରେ ଅଛନ୍ତି ନିର୍ମଳା ସୀତାରମଣ । ବିଶ୍ବବ୍ୟାଙ୍କ, IMF, G-20 ଅର୍ଥମନ୍ତ୍ରୀ ସମ୍ମିଳନୀ ଓ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କ ବୈଠକରେ ଯୋଗ ଦେଇଥିଲେ । ଏହି ସରକାରୀ ଗସ୍ତରେ ଆର୍ଥିକ ବୈଠକ ବ୍ୟତୀତ ଏକାଧିକ ରାଷ୍ଟ୍ରର ପ୍ରତିପକ୍ଷଙ୍କ ସହ ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗରେ ସୀତାରମଣ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଛନ୍ତି ।

ଆଇଏମଏଫ ସ୍ପ୍ରିଙ୍ଗ ମିଟରେ କ୍ରିପ୍ଟୋକରେନ୍ସିକୁ ନେଇ ସମଗ୍ର ବିଶ୍ବକୁ ସତର୍କ କରାଇଥିଲେ ଅର୍ଥମନ୍ତ୍ରୀ । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ର ସ୍ପ୍ରିଙ୍ଗ ମିଟରେ କ୍ରିପ୍ଟୋକରେନ୍ସିର ଭୟଙ୍କର ପରିମାଣକୁ ନେଇ ସଚେତନ କରାଇଥିଲେ । ଏହି କରେନ୍ସି ମାଧ୍ୟମରେ ବେଆଇନ ଅର୍ଥ କରବାର ଆଶଙ୍କା ରହିଛି । ଏହା ସହିତ ଆତଙ୍କବାଦ କାର୍ଯ୍ୟକଳାପରେ ଏହାର ବହୁଳ ବ୍ୟବହାର ହୋଇପାରେ ବୋଲି କହିଥିଲେ ଅର୍ଥମନ୍ତ୍ରୀ ।

ଆଇଏମଏଫ ସ୍ପ୍ରିଙ୍ଗ ମିଟରେ ନିର୍ମଳା ସୀତାରମଣ କହିଥିଲେ କି, ସମସ୍ତ ଦେଶ ପାଇଁ କ୍ରିପ୍ଟୋକରେନ୍ସି ବିପଦ ପାଲଟିପାରେ । ଏହାର ନିୟନ୍ତ୍ରଣ ପାଇଁ ଏକ ଶକ୍ତ ଆଇନ ଆଣାଯିବା ଆବଶ୍ୟକ । ଗସ୍ତର ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ଆଇଏମଏଫର ପରିଚାଳନା ନିର୍ଦ୍ଦେଶିକା କ୍ରିଷ୍ଟାଲିନା ଜର୍ଜିଭାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ‘ମନି ଆଟ ଏ କ୍ରସରୋଡ’ ଶୀର୍ଷକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

କାର୍ଯ୍ୟକ୍ରମରେ ସୀତାରମଣ ଡିଜିଟାଲ ଦୁନିଆରେ ଭାରତର ପ୍ରଦର୍ଶନ ଏବଂ ଗତ ଏକ ଦଶକରେ ଡିଜିଟାଲ ଭିତ୍ତିଭୂମି ନିର୍ମାଣରେ ସରକାରଙ୍କ ପ୍ରୟାସଗୁଡିତ ବିଷୟରେ ଆଲୋକପାତ କରିଥିଲେ । କୋଭିଡ ମହାମାରୀ ସତ୍ତ୍ବେ ଭାରତ ଦ୍ରୁତ ବିକାଶ ପଥରେ ଆଗେଇଛି ବୋଲି କହିଥିଲେ ଆଇଏଫଏମ ଜର୍ଜିଭା ।