ଶ୍ରୀନଗର,ଏଜେନ୍ସି: ଜମ୍ମୁ କଶ୍ମୀରର ବାରମୁଲା ଜିଲ୍ଲାରେ ଏନକାଉଣ୍ଟର ହୋଇଛି । ଆତଙ୍କବାଦୀଙ୍କ ଗୁଳିମାଡ଼ରେ ୩ ଜଣ ଯବାନ ଆହତ ହୋଇଛନ୍ତି । ଏଥି ସହିତ ଆତଙ୍କବାଦୀଙ୍କ ଗୁଲିମାଡ଼ରେ ଜଣେ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଥିବା ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି ।
ଜମ୍ମୁ କଶ୍ମୀର ପୋଲିସ ପକ୍ଷରୁ କୁହାଯାଇଛି ଯେ, ବାରମୁଲା ଜିଲ୍ଲା ପରିସୱାନି ଅଞ୍ଚଳରେ ଏନକାଉଣ୍ଟର ହୋଇଛି । ଏହି ଅଞ୍ଚଳରେ ଆତଙ୍କବାଦୀ ଗତିବିଧି ନେଇ ସୁରକ୍ଷା ବାହିନୀର କର୍ମୀଙ୍କୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ସୁରକ୍ଷା ବାହିନୀ ସମୟ ନଷ୍ଟ ନ କରି ଘଟଣାସ୍ଥଳକୁ ପହଞ୍ଚିଥିଲେ ଏବଂ ଗୁଳି ମାରିଥିଲେ । କିନ୍ତୁ ଆତଙ୍କବାଦୀମାନେ ମଧ୍ୟ ଗୁଳିବିନିମୟ କରିଥିଲେ । ଆତଙ୍କବାଦୀଙ୍କ ଗୁଳିମାଡ଼ରେ ୩ ଜଣ ଯବାନ ଓ ଜଣେ ସ୍ଥାନୀୟ ସାଧାରଣ ନାଗରିକ ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସାମାନ୍ୟ ଆହତ ଯୋଗୁଁ ଶୀଘ୍ର ଡିସଚାର୍ଜ କରାଯାଇଥିଲା । କଶ୍ମୀର ଆଜି କହିଛନ୍ତି, ଏହି ଅଞ୍ଚଳରେ ଆତଙ୍କବାଦୀମାନେ ଥିବା ସନ୍ଦେହ କରାଯାଉଛି । ତେଣୁ ଏନକାଉଣ୍ଟର ଜାରି ରହିଛି ।