ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଚଳିତ ମାସ ଶେଷ ଆଡ଼କୁ ଭାରତ ଗସ୍ତ କରିବେ । ଏହି ଯାତ୍ରା ସମୟରେ ଉଭୟ ପକ୍ଷ ପରସ୍ପର ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ସୁଦୃଢ଼ କରିବେ । ଆଗାମୀ ୧୫ ଦିନ ମଧ୍ୟରେ ଭାରତ ଓ ବ୍ରିଟେନ ମଧ୍ୟରେ ଅନେକ ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜୋନସନ ଶେଷଥର ପାଇଁ ଗତବର୍ଷ ନଭେମ୍ବରରେ ଗ୍ଲାସଗୋ ସମିଟରେ ପରସ୍ପରକୁ ଭେଟିଥିଲେ ।
ସୂଚନାଯୋଗ୍ୟ, ଗତବର୍ଷ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଭାରତ ଗସ୍ତ ୨ଥର ବାତିଲ ହୋଇଥିଲା । ପ୍ରଥମେ ଜାନୁଆରୀ ୨୬ରେ ମୁଖ୍ୟଅତିଥି ଭାବେ ସାମିଲ ହେବାର ଥିଲା । ହେଲେ କରୋନା ସଙ୍କଟ ଯୋଗୁ ଏହି ଯାତ୍ରାକୁ ବାତିଲ କରିବାକୁ ପଡ଼ିଥିଲା । ପରେ ଏପ୍ରିଲରେ ମଧ୍ୟ କରୋନା ଯୋଗୁ ଜୋନସନଙ୍କ ଗସ୍ତ ବାତିଲ ହୋଇଥିଲା ।