ପାଟଣାଗଡ଼ରେ ଥିବା ବ୍ଲକ ଛକ ପର୍ଶୁରାମ ଛକ ନାମରେ ନାମିତ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ହନୁମାନ ଜୟନ୍ତୀ ତଥା ବିଷୁବ ସଂକ୍ରାନ୍ତି ଅବସରରେ ପାଟଣାଗଡ଼ ସହରରେ ଥିବା ବ୍ଲକ ଛକକୁ ବ୍ରାହ୍ମଣ ସମାଜ ତରଫରୁ ପର୍ଶୁରାମ ଛକ ନାମରେ ନାମିତ କରାଯାଇଛି । ବଜରଙ୍ଗ ଦଳ ପକ୍ଷରୁ କାଲି ହୋଇଥିବା ଶୋଭାଯାତ୍ରା ସମୟରେ ଭଗବାନ ପର୍ଶୁରାମଙ୍କ ଏକ ଫୋଟୋ ଚିତ୍ର ରଖି ପୂଜାର୍ଚ୍ଚନା କରି ନଡ଼ିଆ ଭାଙ୍ଗି ନୂଆ ନାମ ଦିଆଯାଇଥିଲା । ଆଗାମୀ ଦିନରେ ଏଠାରେ ଏକ ଆକର୍ଷଣୀୟ ପ୍ରତିମୂର୍ତ୍ତି ସ୍ଥାପନ ହେବ ବୋଲି ବ୍ରାହ୍ମଣ ସମାଜ ତରଫରୁ କୁହାଯାଇଛି ।