ମସ୍‌ଜିଦରେ ଭାରତ ବିରୋଧୀ ସ୍ଲୋଗାନ, ୧୩ ଗିରଫ

ଶ୍ରୀନଗର,ଏଜେନ୍ସି: ଜମ୍ମୁ-କଶ୍ମୀରର ରାଜଧାନୀ ଶ୍ରୀନଗରସ୍ଥିତ ଜାମିଆ ମସ୍‌ଜିଦରେ ଶୁକ୍ରବାର ନମାଜପାଠ କରାଯାଉଥିବାବେଳେ ସେଠାରେ ଉପସ୍ଥିତ କେତେକ ଲୋକ ଭାରତ ବିରୋଧୀ ସ୍ଲୋଗାନ ଦେଇଥିଲେ। ଫଳରେ ପୁଲିସ ୧୩ ଜଣଙ୍କୁ ଗିରଫ କରିଛି।

୨୦୧୯ରେ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାପରଠାରୁ ଉକ୍ତ ମସ୍‌ଜିଦକୁ ବନ୍ଦ ରଖାଯାଇଥିଲା। ସ୍ଥିତି ସ୍ୱାଭାବିକ ହେବାପରେ ୨୦୨୧ ଅଗଷ୍ଟରେ ଏଠାରେ ନମାଜପାଠକୁ ପୁଣି ଅନୁମତି ମିଳିଥିଲା। ଘଟଣାଦିନ ମସ୍‌ଜିଦରେ ୨୪ ହଜାର ଲୋକ ଉପସ୍ଥିତ ଥିଲେ।