ୟୁକ୍ରେନ୍‌ର ରେଳ ଷ୍ଟେସନ୍‌ ଉପରେ ମିସାଇଲ୍‌ ମାଡ଼, ୫୦ ମୃତ

କିଭ୍‌, ଏପ୍ରିଲ ୦୯ (ଖବର ଓଡ଼ିଶା): ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଗତ ଫେବ୍ରୁଆରୀ ମାସ ୨୪ ତାରିଖ ଠାରୁ ଯୁଦ୍ଧ ଜାରି ରହିଛି। ରୁଷିଆର ସେନା ଅତ୍ୟଧିକ ହ୍ରିଂସକ ହୋଇଯାଇଛି। ୟୁକ୍ରେନ୍‌ର ବଡ଼ ବଡ଼ ସଂସ୍ଥା ଗୁଡ଼ିକ ଉପରେ ଆକ୍ରମଣ କରୁଛି। ଯୁଦ୍ଧ ଭିତରେ ୟୁକ୍ରେନ୍‌ର ହଜାର ହଜାର ଲୋକ ବଳି ପଡ଼ିସାରିଛନ୍ତି। ଶୁକ୍ରବାର ରୁଷୀୟ ସେନା ଡୋନେଟସ୍କର କ୍ରାମଟୋରସ୍କ ରେଳ ଷ୍ଟେସନରେ ଆକ୍ରମଣ କରିଛି। କୁହାଯାଉଛି ଯେ, ମିସାଇଲ ଆକ୍ରମଣରେ ୟୁକ୍ରେନ୍‌ର ୫୨ ଜଣଙ୍କର ମୃତ୍ୟୁ ହୋଇଛି। ୧୦୯ ଜଣ ଲୋକ ଆହତ ହୋଇଛନ୍ତି।

ଆମେରିକା ପୁଣି ଥରେ କହିଛି ଯେ, ସେ ଚାହୁଁଛି ଯେ, ରୁଷିଆ ବିରୋଧରେ ଯୁଦ୍ଧରେ ୟୁକ୍ରେନ୍‌ର ବିଜୟ ହେବ। ଅନ୍ୟପଟରେ ରୁଷିଆ ଓ ୟୁକ୍ରେନ୍‌ ଯୁଦ୍ଧ ଦିନକୁ ଦିନ ଭୟଙ୍କର ସ୍ଥିତି ଆଡ଼କୁ ଗତି କରୁଛି। ୟୁକ୍ରେନ୍‌କୁ ଅନ୍ୟ ଦେଶର ସହାୟତା ଓ ସମର୍ଥନ ମିଳୁଥିବା ବେଳେ ରୁଷିଆ ଠାରୁ ଅନେକ ଦେଶ ସଂପର୍କ ଛିନ୍ନ କରିସାରିଛନ୍ତି। ସ୍ଲୋଭାକିଆ ତରଫରୁ ୟୁକ୍ରେନ୍‌କୁ ଏସ୍‌-୩୦୦ ଏୟାର ଡିଫେନ୍ସ ସିଷ୍ଟମ ପ୍ରଦାନ କରାଯାଇଛି। ସ୍ଳୋଭାକିଆ ଏକ ବୟାନ୍‌ରେ କହିଛି ଯେ, ୟୁକ୍ରେନ୍‌ ବଳ ସହିତ ଲଢ଼େଇ କରୁଛି।

ହ୍ବାଇଟ୍‌ ହାଉସ୍‌ର ପ୍ରେସ ସଚିବ ଜେନ ସାକିଙ୍କ କହିବା ଅନୁସାରେ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ହିସାବରେ ଭାରତ ସହିତ ଆମର ଉତ୍ତମ ସଂପର୍କ ମଧ୍ୟରୁ ଗୋଟିଏ ଅନ୍ୟତମ ଅଂଶ। ଭାରତ ସହିତ ଉତ୍ତର ସଂପର୍କ ରକ୍ଷା କରାଯିବା ଦ୍ବାରା ଭାରତ-ପ୍ରଶାନ୍ତ ମହାସାଗରର ଲକ୍ଷ୍ୟକୁ ଆଗେ ବଢ଼ାଇ ଦିଆଯାଇପାରିବ। ସେହିଭଳି ବ୍ରିଟେନ୍‌ ଓ ଜର୍ମାନୀ ମଧ୍ୟ ଆଲୋଚନା କରିଛନ୍ତି।