ଇସଲାମାବାଦ୍,ଏଜେନ୍ସି: ପାକିସ୍ତାନ ମୁସଲିମ୍ ଲିଗ୍ (ପିଏମ୍ଏଲ୍)ର ନେତ୍ରୀ ମରିୟମ ନୱାଜ ଶରୀଫ ଭାରତର ପ୍ରଶଂସାକୁ ନେଇ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଉପରେ ବିରକ୍ତି ପ୍ରକାଶ କରିଛନ୍ତି। ମରିୟମ୍ କହିଛନ୍ତି ଯେ, କ୍ଷମତା ହାତରୁ ଖସିବାକୁ ଯାଉଥିବା ବେଳେ ଇମ୍ରାନ୍ ଖାନ୍ଙ୍କ ମୁଣ୍ଡ କାମ କରୁ ନାହି। କିନ୍ତୁ ଏହି ବ୍ୟାକ୍ତିଙ୍କୁ ଜାଣି ରଖିବାକୁ ହେବ ଯେ, ତାଙ୍କର ଦଳ ହିଁ କ୍ଷମତା ଚାଲିଚିଯିବାର ରାସ୍ତା ଦେଖାଇଛି। ମରିୟମ୍ କହିଛନ୍ତି ଯେ, ଆପଣଙ୍କୁ ଯଦି ଭାରତ ଏତେ ପସନ୍ଦ ଲାଗୁଛି, ତା’ହେଲେ ପାକିସ୍ତାନ ଛାଡ଼ି ସେଠାକୁ ସ୍ଥାନାନ୍ତରିତ ହୋଇଯାଆନ୍ତୁ।
ସୂଚନାଯୋଗ୍ୟ, ପାକିସ୍ତାନ ସରକାରକୁ ଯେବେଠାରୁ ବିରୋଧୀ ଦଳର ନେତାମାନେ ଟାର୍ଗେଟ କରିଛନ୍ତି, ସେବେ ଠାରୁ ଇମ୍ରାନ୍ ଖାନ ଭାରତର ବିଦେଶୀ ନିୀତିକୁ ପ୍ରଶଂସା କରିଆସୁଛନ୍ତି। ଶୁକ୍ରବାର ପାକିସ୍ତାନର ଜନତାଙ୍କୁ ସମ୍ବୋଧନ କରି ଇମ୍ରାନ୍ ଭାରତର ପ୍ରଶଂସା କରିଛନ୍ତି।
ଦେଶବାସୀଙ୍କୁ ଇମ୍ରାନ୍ଙ୍କ ସମ୍ବୋଧନ ପରେ ମରିୟମ୍ ନୱାଜ୍ ଶରୀଫ ଟୁଇଟ୍ କରି କହିଛନ୍ତି ଯେ, ଯେଉଁ ଲୋକମାନେ ଭାରତକୁ ଏତେ ପ୍ରଶଂସା କରୁଛନ୍ତି, ସେମାନେ ସେଠାକୁ ସ୍ଥାନାନ୍ତରିତ ହୋଇଯିବା ଦରକାର।