ରୌଲି ସାଂପ୍ରଦାୟିକ ହିଂସା ଘଟଣାରେ ଗିରଫ ହେଲେ ୩୩, ଭାଇରାଲ ଭିଡ଼ିଓରେ ଚାଲିଛି ଯାଞ୍ଚ ପ୍ରକ୍ରିୟା

ରାଜସ୍ଥାନ,ଏଜେନ୍ସି: କରୌଲି ସାଂପ୍ରଦାୟିକ ହିଂସା ଘଟଣାରେ ଗିରଫ ହେଲେ ୩୩ ଜଣ। ଏହି ୩୩ ଜଣଙ୍କୁ ଗିରଫ କରି ପୁଲିସ୍ ପଚରାଉଚରା ଆରମ୍ଭ କରିଦେଇଛି। ଏହି ଘଟଣାକୁ ନେଇ ଆଇଜି ପିକେ ଖମେସରା କହିଛନ୍ତି ଯେ ଯାଞ୍ଚ ପ୍ରକ୍ରିୟା ଚାଲିଛି।

ଛାତରେ ଠିଆ ହୋଇ ପଥର ପକାଇବା ପରେ ଗଣ୍ଡଗୋଳ ଅଧିକ ତିବ୍ର ହୋଇଛି ଏବଂ ଗାଡି ଓ ଅନେକ ଦୋକାନରେ ନିଆଁ ମଧ୍ୟ ଲଗାଯାଇଛି। ତେଣୁ ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ କର୍ଫୁ ଲାଗୁ କରାଇବା ସହ ଆସନ୍ତାକାଲି ପର୍ଯ୍ୟନ୍ତ ଇଣ୍ଟରନେଟ୍ ମଧ୍ୟ ବନ୍ଦ କରି ଦିଆଯାଇଛି।

ପ୍ରଶାସନ ଦୁଇ ପକ୍ଷ ସହ ଆଲୋଚନା କରି ଶାନ୍ତି ଫେରିବା ପାଇଁ ଯୋଜନା କରୁଛନ୍ତି। ଆଜି ମଧ୍ୟ ପୁଣି ବୈଠକ ହେବ ବୋଲି ସୁଚନା ମିଳିଛି। ଏହି ଘଟଣାରେ ଜଣେ ଯୁବକ ଗୁରୁତର ଆହାତ ହୋଇ ଜୟପୁର ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ଓ ଅନ୍ୟ ୨୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ମିଳିଛି।

ପୋଲିସ୍ କହିବା ଅନୁସାରରେ ଭିଡ଼ିଓ ରେ ମଧ୍ୟ ଦୋଷୀକୁ ଧରିବା ପାଇଁ ପ୍ରୟାସ ଚାଲିଛି। ନବ ସଂବତ୍ସରକୁ ମାନିବା ପାଇଁ ଏକ ବାଇକ୍ ରାଲି ମୁସଲିମ୍ ବହୁଳ ଅଚଂଳରେ ଯାଉଥିଲା। ବାସ୍ ଏହି ସମୟରେ କିଛି ଲୋକ ଛାତ ଉପରେ ରହି ପଥର ଫୋପାଡ଼ିଥିଲେ ଯାହାଫଳରେ ଏହି ଘଟଣା ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ମଧ୍ୟ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟ ପଟେ ଗ୍ରାମୀଣ ବିକାଶ ମନ୍ତ୍ରୀ ରମେଶ ମିଣା କହିଛନ୍ତି ଏହି ଘଟଣାରେ ପୋଲିସ୍ ର ମଧ୍ୟ ଭୁଲ ଅଛି କାରଣ ସମ୍ବେଦନଶୀଳ ଅଚଂଳରେ ରାଲି ପାଇଁ କାହିଁକି ଅନୁମତି ଦିଆଯାଉଥିଲା। ଯଦି ଦିଆଗଲା ତେବେ ବିପୁଳ ପରିମାଣରେ ପୋଲିସ୍ ଫୋର୍ସ ମଧ୍ୟ ମୁତୟନ କରିବା ଉଚ୍ଚିତ୍ ଥିଲା।