ମୁକ୍ତିଲାଭ କଲା କୋଶଳୀ କ୍ଷୁଦ୍ର ଚଳଚ୍ଚିତ୍ର ’ଦୁର୍ଗା ଶକ୍ତି’

ସଇଁନ୍ତଲା,ଏନ୍ଏନ୍ଏସ୍: ସାରା ରାଜ୍ୟରେ ଦିନକୁ ଦିନ ମହିଳା ମାନଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ବଢ଼ିବାରେ ଲାଗିଛି। ନାରୀ ନିର୍ଯ୍ୟାତନାର ପ୍ରତିବାଦରେ ନାରୀର ଭୂମିକାକୁ ନେଇ ଏକ କ୍ଷୁଦ୍ର ଚଳଚ୍ଚିତ୍ର ଦୂର୍ଗା ଶକ୍ତି ବଲାଙ୍ଗିର ଜିଲ୍ଲାର ଅନେକ କଳାକାର ମାନଙ୍କୁ ନେଇ ନିର୍ମାଣ କରାଯାଇଥିବା ବେଳେ ଆଜି ୟୁଟୁବରେ ଶୁଭ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ର ସମାଜରେ ବଢୁଥିବା ନାରୀଙ୍କ ପ୍ରତି ନିର୍ଯ୍ୟାତନାକୁ ନାରୀ ହିଁ ନିଜ ଭିତରେ ଥିବା ଶକ୍ତିର ଜାଗରଣ କରି ତାହାର ପ୍ରତିବାଦ ଓ ପ୍ରତିରୋଧ କରିପାରିବ ବୋଲି ଏହି ଚଳଚ୍ଚିତ୍ର ମାଧ୍ୟମରେ ବାର୍ତ୍ତା ଦିଆଯାଇଛି।

ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାର ନାୟିକା ତଥା ଦୁର୍ଗା ଚରିତ୍ରରେ ବିଦ୍ୟା ବାଗେଶ୍ରୀ ରହିଥିବା ବେଳେ ଶକ୍ତି ଭୂମିକାରେ ରାଧାରାଣୀ ମିଶ୍ର, ମହେଶ ଭୂମିକାରେ ମୁକେଶ ପୁରୋହିତ, ମାୟା ଭୂମିକାରେ ସୁବର୍ଣ୍ଣ ସାହୁ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରକୁ ସଂସ୍କୃତି ଗବେଷକ ଡ଼.ଘାସିରାମ ମିଶ୍ର ନିର୍ଦ୍ଦେଶନା ଦେଇଥିବା ବେଳେ ସୁବ୍ରତ କୁମାର ସାହୁ ପ୍ରଯୋଜକରେ ନିର୍ମାଣ କରାଯାଇଛି। ଯାହା ଦର୍ଶକ ମାନଙ୍କ ପ୍ରତି ବେଶ୍ ମନ ଛୁଆଁ ହୋଇଛି।