ମହାରାଷ୍ଟ୍ରରେ ହଟିଲା ସମସ୍ତ କରୋନା କଟକଣା

ମହାରାଷ୍ଟ୍ର: ମହାରାଷ୍ଟ୍ରରେ କରୋନା ସମ୍ବନ୍ଧିତ ସମସ୍ତ କଟକଣାକୁ ହଟାଇ ଦିଆଯାଇଛି । ମହାରାଷ୍ଟ୍ର ସରକାର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏଥିସହିତ ମହାରାଷ୍ଟ୍ରରେ ମାସ୍କ ପିନ୍ଧିବା ସମ୍ପୂର୍ଣ୍ଣ ରୂପେ ଲୋକଙ୍କ ଇଚ୍ଛା ଉପରେ ନିର୍ଭର କରିବ ବୋଲି ଜଣାପଡ଼ିଛି । ଉଦ୍ଧବ ସରକାରଙ୍କ ଏହି ନିଷ୍ପତ୍ତି ପରେ ମହାରାଷ୍ଟ୍ର ଦେଶର ପ୍ରଥମ ରାଜ୍ୟ ଯିଏକି ମାସ୍କକୁ ଲୋକଙ୍କ ପାଇଁ ବିକଳ୍ପ କରିଦେଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟପ୍ପୋ ସୂଚନା ପ୍ରଦାନ କରିଛନ୍ତି ।

ମିଡିଆ ରିପୋର୍ଟ ମୁତାବକ, ଉଦ୍ଧବ ସରକାର ରାଜ୍ୟରେ ମହାମାରୀ ଧାରା ଓ ବିପର୍ଯ୍ୟୟ ପରିଚାଳନା ଧାରା ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ୨ଟି ଆଇନ ଗତ ୨ ବର୍ଷ ହେବ ସମଗ୍ର ରାଜ୍ୟରେ ଲାଗୁ ହୋଇଥିଲା ।